ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ହେବା ପରେ ଏବେ ପୁଅ ହେଲା ମୁଖ୍ୟମନ୍ତ୍ରୀ

ଇସଲାମାବାଦ: ବାପା ପ୍ରଧାନମନ୍ତ୍ରୀ, ପୁଅ ମୁଖ୍ୟମନ୍ତ୍ରୀ । ପାକିସ୍ତାନର ରାଜନୈତିକ ଅସ୍ଥିରତା ଭିତରେ ପଞ୍ଜାବ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପୁଅ ହମଜା ସହବାଜ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି । ଏନେଇ ବିଧାନସଭା ହୋଇଥିବା ସ୍ବତନ୍ତ୍ର ଅଧିବେଶନରେ ଜୋରଦାର ହଙ୍ଗାମା ହୋଇଥିଲା । ଏମିତି ସ୍ଥିତି ସୃଷ୍ଟି ହୋଇଥିଲା ଯେ ଏହାକୁ ଆୟତ କରିବା ସମ୍ଭବ ହୋଇପାରିନଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ନେତାମାନେ ଡେପୁଟି ସ୍ପିକରଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଡେପୁଟି ସ୍ପିକରଙ୍କ ସହଯୋଗୀ ମହମ୍ମଦ ମଜରୀ ମଧ୍ୟ ଆହତ ହୋଇଛନ୍ତି । ପିଟିଆଇ ବିଧାୟକମାନେ ଡେପୁଟି ସ୍ପିକରଙ୍କୁ ଚାପୁଡ଼ା ମାରିଥିଲେ । ପିଟିଆଇ ବିଧାୟକ ମାନେ ଇମ୍ରାନଙ୍କ ପାର୍ଟି ଛାଡି ବିପକ୍ଷ ଦଳକୁ ସମର୍ଥନ କରିଥିବାରୁ ଏଭଳି ଆକ୍ରମଣ କରିଥିବା କୁହାଯାଉଛି ।

ଲାହୋର ହାଇକୋର୍ଟଙ୍କ ଆଦେଶ ପରେ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯିବା ନେଇ ଏକ ଅଧିବେଶନ ଡକାଯାଇଥିଲା । ହମଜା ଶାହବାଜ ଓ ଚୌଧୁରୀ ପରବେଜଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ୧୯୭ ଭୋଟ୍‌ରେ ହମଜା ଶାହବାଜ୍‌ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି । ତେବେ ଗତକାଲିର ସ୍ଥିତି ଦେଖି ପାକିସ୍ତାନର ଗଣତନ୍ତ୍ରର ଏକ କଳଙ୍କିତ ଦିବସ ବୋଲି କୁହାଯାଉଛି ।