ହମାସ ଆତଙ୍କବାଦୀଙ୍କ କବଳରୁ ମୁକୁଳିଲେ ୬୫ ବର୍ଷ ବୟସ୍କା ରାଚେଲ ଏଦ୍ରି

ବ୍ୟୁରୋ ରିପୋର୍ଟ: ୫ ହମାସ ଆତଙ୍କବାଦୀଙ୍କ କବଳରୁ କିପରି ମୁକୁଳିଲେ ୬୫ ବର୍ଷ ବୟସ୍କା ରାଚେଲ ଏଦ୍ରି? ଘଣ୍ଟାଏ ନୁହେଁ ଦୁଇ ଘଣ୍ଟା ନୁହେଁ, ପ୍ରାୟ ୨୦ ଘଣ୍ଟା ଧରି କିପରି ଆତଙ୍କୀଙ୍କ କବଳରେ ଥାଇ ବି ଜୀବନ ବଞ୍ଚାଇଲେ ରାଚେଲ? କେବଳ ଏତିକି ନୁହେଁ କଫି ଓ କୁକିଜ ଦେଇ ଆତଙ୍କୀଙ୍କୁ ଭ୍ରମିତ କରିଦେଲେ ରାଚେଲ । ଆଉ ଏଥିଲାଗି ରାଚେଲ ଓ ସ୍ବାମୀ ଡେଭିଡଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଘଟଣାଟି ଥିଲା ଏହିପରି। ଅକ୍ଟୋବର ୭ ଭୋର । ହଠାତ କାହିଁକୁଆଡୁ ମାଡିଆସିଲେ ସଶସ୍ତ୍ର ହମାସ ଉଗ୍ରବାଦୀ । ରାଚେଲଙ୍କ ଘରେ ବି ପଶିଗଲେ ହମାସ ଦୈତ୍ୟ । ମାତ୍ର ଏହି ଘଟଣାରେ ବିଚଳିତ ହେଲେନି ରାଚେଲ ।
ବରଂ ସାହସିକତାର ସହ ଆତଙ୍କବାଦୀଙ୍କ ସହ ଭଲ ବ୍ଯବହାର କଲେ । ହମାସ ଆତଙ୍କୀ ଦମ୍ପତିଙ୍କୁ କହିଥିଲେ ବ୍ୟସ୍ତ ହୁଅନାହିଁ । ତୁମେମାନେ ସହିଦ ହେବ । ସେମାନଙ୍କ ହାତରେ ହ୍ୟାଣ୍ଡଗ୍ରେନେଡ ଥିଲା ଓ ତାହା ଉନ୍ମୁକ୍ତ ଥିଲା । କୌଣସି ମୁହୂର୍ତ୍ତରେ ତାହା ଆକ୍ରମଣମୁଖୀ ଥିଲା । କିଛି ସମୟ ପରେ ସେଠାରେ ଇସ୍ରାଏଲ ନିରାପତ୍ତା ବାହିନୀ ପହଞ୍ଚି ରାଚେଲଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେବା ଲାଗି ଚାହିଁଥିଲେ । ମାତ୍ର ରାଚେଲ ଦମ୍ପତି ଜଣେ ପୋଲିସ ଅଫିସରଙ୍କ ସମ୍ପର୍କୀୟ ହୋଇଥିବାରୁ ଘରକୁ ଉଡାଇବା ଲାଗି ଚାହିଁ ନଥିଲେ ନିରାପତ୍ତା ବାହିନୀ । ଆତଙ୍କୀଙ୍କ ସହ ପୋଲିସ ବାହିନୀ ଆଲୋଚନା କରୁଥିବାବେଳେ ରାଚେଲ ଆତଙ୍କୀଙ୍କୁ ଭ୍ରମିତ କରିବା ଲାଗି ଚେଷ୍ଟା କରିଥିଲେ ।
ଏପରିକି ସେମାନେ କ୍ଷୁଧିତ ଅଛନ୍ତି କି ବୋଲି ପଚାରିବା ସହ ସେମାନଙ୍କ ଲାଗି କଫି ଓ କୁକିଜ ପ୍ରସ୍ତୁତ କରିଥିଲେ । ଆହତ ଅବସ୍ଥାରେ ଥିବା କେତେକ ଆତଙ୍କୀଙ୍କ ହାତକୁ ରାଚେଲ ବ୍ୟାଣ୍ଡେଜ କରି କରିଥିଲେ । ଏହି ସମୟରେ ନିରାପତ୍ତା ବାହିନୀ ଘର ମଧ୍ୟକୁ ପଶିଆସି ଆତଙ୍କୀଙ୍କୁ କବଳିତ କରିଥିଲେ । ସୁଯୋଗ ନେଇ ଡାଭିଡ ପତ୍ନୀ ରାଚେଲଙ୍କ ନିକଟକୁ ଡେଇଁ ତାଙ୍କୁ ସୁରକ୍ଷା ଦେଇଥିଲେ । ଶେଷରେ ନିରାପତ୍ତା ବାହିନୀ ହାତରେ ସମସ୍ତ ଆତଙ୍କୀ ଧରା ପଡିଥିଲେ । ଏହି ଦମ୍ପତିଙ୍କୁ ଭେଟି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ବାଇଡେନ ।