ଦିନରେ ସାମ୍ବାଦିକ ରାତିରେ ଆତଙ୍କବାଦୀ

ନନ୍ଦିଘୋଷ ବ୍ୟୁରୋ: ଦିନରେ ସାମ୍ବାଦିକ ରାତିରେ ଆତଙ୍କବାଦୀ। ଦିନରେ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ଲାଗି କରୁଥିଲେ ସାମ୍ବାଦିକତା। ଆଉ ରାତିରେ ଇସ୍ରାଏଲ ବିରୋଧରେ ହମାସ ଆତଙ୍କୀ ହୋଇ ଲଢେଉ କରୁଥିଲେ। ଇସ୍ରାଏଲ ଡିଫେନ୍ସ ଫୋର୍ସେସ ପକ୍ଷରୁ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ଅଲଜଜିରାର ସାମ୍ବାଦିକ ମହମ୍ମଦ ୱାସାଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛି ଇସ୍ରାଏଲ ସେନା। ସାମ୍ବାଦିକଙ୍କ ଫଟୋ ଜାରି କରି ଇସ୍ରାଏଲ ସେନା ପକ୍ଷରୁ ଏହି ଦାବି କରାଯାଇଛି। ସାମ୍ବାଦିକ ମହମ୍ମଦ ୱାସା ଆତଙ୍କୀ ସଂଗଠନ ହମାସର ଜଣେ ସିନିୟର କମାଣ୍ଡର ବୋଲି କହିଛି ଇସ୍ରାଏଲ ସେନା। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏବେ ଯୁଦ୍ଧ ଜାରି ରହିଥିବାବେଳେ, ଏଭଳି ଦାବି କରିଛି ଇସ୍ରାଏଲ ସେନା। ସାମ୍ବାଦିକ ମହମ୍ମଦ ମଧ୍ୟ ଯୁଦ୍ଧରେ ସାମିଲ ହେଉଥିବା ଇସ୍ରାଏଲ କହିଛି। କିଛି ଦିନ ତଳେ ଗାଜାରେ ଏକ ଅପରେସନ ସମୟରେ ମହମ୍ମଦ ୱାସାର ଲାପଟପ ଜବତ କରାଯାଇଥିଲା।

ଲାପଟପରୁ ଅନେକ ଫଟୋ ମଧ୍ୟ ମିଳିଥିଲା। ଏହି ସମସ୍ତ ଫଟୋକୁ ଆଧାର କରି ସାମ୍ବାଦିକ ମହମ୍ମଦ ୱାସା ହମାସ ଆର୍ମି ୱିଂଙ୍ଗର ଜଣେ ସିନିୟର କମାଣ୍ଡର ବୋଲି ଜଣାପଡିଛି। ଅନେକ ଥର ଯୁଦ୍ଧରେ ମଧ୍ଯ ସାମିଲ ହୋଇଥିବା ନେଇ ଏହି ତଥ୍ୟ ମିଳିଥିଲା। ଏକ ଲାପଟପରୁ ସାମ୍ବାଦିକଙ୍କ ବିରୋଧରେ ଏହି ସମସ୍ତ ପ୍ରମାଣ ମିଳିଛି ବୋଲି କହିଛି ଇସ୍ରାଏଲ ସେନା। ମହମ୍ମଦ ୱାସା ନିକଟରେ ଅଲଜଜୀରା ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ନଜର ଆସିଥିଲେ। ୱାସା ଟ୍ୟାଙ୍କ ନିରୋଧି ମିସାଇଲ ୟୁନିଟରେ ମୁଖ୍ୟ କମାଣ୍ଡର ଥିଲା। ୨୦୨୨ରେ ସେ ଆତଙ୍କବାଦୀ ସଂଗଠନର ଏୟାର ୟୁନିଟ ଲାଗି ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ କାମ କରୁଥଲେ। ହମାସ ସହ ମହମ୍ମଦଙ୍କ ଲିଙ୍କ୍ ଥିବା ମଧ୍ୟ ଜଣାପଡିଛି। ସାମ୍ବାଦିକତାର ଆଢୁଆଳରେ ଆତଙ୍କବାଦଙ୍କ ସପକ୍ଷରେ ଲଢୁଥିବା କହିଛି ଇସ୍ରାଏଲ ସେନା। ପୂର୍ବରୁ ମଧ୍ୟ ଅନେକ ଥର ଅଲଜଜିରାକୁ ନେଇ ଟାର୍ଗେଟ କରିଛି ଇସ୍ରାଏଲ ସେନା।