ନନ୍ଦିଘୋଷ ବ୍ୟୁରୋ: ଗାଜା ଉପରେ ନନଷ୍ଟପ ଆଟାକ। ନୌସେନାର ଏୟାର ରେଡ। ଡେଡଲାଇନ ସରିବା ପରେ ହମାସକୁ ଫିନିସ କରିବାକୁ ନେତାନ୍ୟାହୁ ବାହିନୀର ମେଗା ଅପରେସନ। ଆକ୍ରମଣରେ ପ୍ରାଣ ହରାଇଛି ହମାସର ନୁଖବା ଫୋର୍ସ କମାଣ୍ଡର ବିଲାଲ ଅଲ କେଦ୍ରା । ଯୁଦ୍ଧାସ୍ତ୍ର ମୁତୟନ ନେଇ ବ୍ରିଟେନ ପିଏମ ସୁନକ ସୂଚନା ଦେଇଥିବାବେଳେ ସ୍ଥିତି ଭୟଙ୍କର ହେବ ବୋଲି କହିଛି ଇରାନ । ଶାନ୍ତି ଲାଗି ଚୀନର ହସ୍ତକ୍ଷେପ ଲୋଡିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ।

ସରିଲା ଡେଡଲାଇନ । ଗାଜା ଉପରେ ଇସ୍ରାଏଲର ମେଗା ହମଲା । ଗାଜା ଉପକୂଳରେ ନୌସେନାର ଘନ ଘନ ଏୟାରଷ୍ଟ୍ରାଇକ । ମାଡ଼ିଚାଲିଛନ୍ତି ଶହ ଶହ ଟ୍ୟାଙ୍କ । ନିର୍ଦ୍ଦିଷ୍ଟ ସ୍ଥାନ ଉପରେ କରାଯାଉଛି ଷ୍ଟ୍ରାଇକ । ଆକ୍ଟିଭ କମ୍ବାଟ ଜୋନରେ ପରିଣତ ଗାଜା । ସେପଟେ ୪ ଲକ୍ଷରୁ ଅଧିକ ଲୋକ ଛାଡିଛନ୍ତି ଗାଜା । ଚାଲିଛି ଯୁଦ୍ଧକାଳୀନ ଏଭାକୁଏସନ । ନିରାପଦ ପଳାୟନ ଲାଗି ରୁଟ୍ ବି ପ୍ରସ୍ତୁତ ହୋଇଛି । ସମସ୍ତ ସୀମାନ୍ତ ସହରରେ ଶୁଭିଛି ଆଲର୍ଟ ସାଇରନ । ସୀମାନ୍ତରେ ନିଜ ସୈନ୍ୟମାନଙ୍କୁ ଭେଟି ଉତ୍ସାହ ଭରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଆରପାର ମୁଡରେ ଇସ୍ରାଏଲ ଡିଫେନ୍ସ ଫୋର୍ସ । ଆକ୍ରମଣରେ ପ୍ରାଣ ହରାଇଛି ହମାସର ନୁଖବା ଫୋର୍ସ କମାଣ୍ଡର ବିଲାଲ ଅଲ କେଦ୍ରା । ଯୁଦ୍ଧ ଭୟ ପରେ ଇସ୍ରାଏଲ ଉପକୂଳ ହୋଇଯାଇଛି ଜନଶୂନ୍ୟ ।

ହମାସର ହିଂସ୍ର ଆଚରଣକୁ ନିନ୍ଦା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଇହୁଦିଙ୍କ ସୁରକ୍ଷା ଲାଗି ସମସ୍ତ ପଦକ୍ଷେପ ନେବା ସହ ଯୁଦ୍ଧାସ୍ତ୍ର ମୁତୟନ କରାଯିବ ବୋଲି ସେ କହିଛନ୍ତି । ଗାଜାରେ ଯଦି ଯୁଦ୍ଧ ଅପରାଧ ଓ ଗଣହତ୍ୟା ଘଟିବ ତେବେ ଇସ୍ରାଏଲରେ ଭୂକମ୍ପ ପରି ବିରାଟ ଅବସ୍ଥା ସୃଷ୍ଟି ହେବ ବୋଲି କହିଛି ଇରାନ । ହମାସ ପଲିଟିବ୍ୟୁରୋ ମୁଖ୍ୟ ଇସମାଇଲ ହାନିୟେଙ୍କୁ ଭେଟି ଆଲୋଚନା କରିଛନ୍ତି ଇରାନ ବୈଦେଶିକ ମନ୍ତ୍ରୀ ହୋସେନ ଅମିରାବୁଦୋଲ୍ଲିଆନ । ଶାନ୍ତି ଲାଗି ଚୀନର ହସ୍ତକ୍ଷେପ ଲୋଡିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ । ଆତ୍ମରକ୍ଷା ନାମରେ ଇସ୍ରାଏଲ ବହୁତ କିଛି କଲାଣି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି । ଉତ୍ତର ଇସ୍ରାଏଲରେ ରକେଟ ହମଲା କରିଛି ଲେବାନନର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା । ଯୁଦ୍ଧାସ୍ତ୍ର ମୁତୟନ ଲାଗି ସିରିଆ ସହ ଆଲୋଚନା କରିଛି ଇରାନ ।