ସୁନା କିଣାବିକା ଉପରେ କେନ୍ଦ୍ର ସରକାର ଆଣିଲେ ନୂଆ ଆଇନ୍

ନୂଆଦିଲ୍ଲୀ: ସୁନା କିଣୁଛନ୍ତି କି ? ତେବେ, ଜାଣି ନିଅନ୍ତୁ କେନ୍ଦ୍ର ସରକାରଙ୍କ ନୂଆ ଆଇନ୍ ବିଷୟରେ । ସୁନା କିଣିରେ ଠକାମି ରୋକିବାକୁ କେନ୍ଦ୍ର ସରକାର ନୂଆ ଆଇନ ଆଣିଛନ୍ତି । ୨୦୨୧ ଜାନୁଆରୀରୁ ଦେଶର ସମସ୍ତ ସୁନା ଦୋକାନୀ ବିଆଇଏସ ହଲମାର୍କ ଥିବା ସୁନା ବିସ୍କୁଟ ଏବଂ ଗହଣା ବିକିବା ବାଧ୍ୟତା ମୂଳକ କରାଯାଇଛି ।ନିୟମ ଖିଲାପ କଲେ ବ୍ୟବସାୟୀଙ୍କୁ ସୁନା ମୂଲ୍ୟର ୫ ଗୁଣା ଫାଇନ ଦେବା ସହ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଲାଶ ପାଶୱାନ ଏହା ଘୋଷଣା କରିଛନ୍ତି । ହଲମାର୍କ ଜୁଏଲାରୀ ବିକ୍ରି କରିବା ପାଇଁ ସରକାର ଖୁବଶୀଘ୍ର ଲାଇସେନ୍ସ ଜାରି କରିବେ ।ପୂର୍ବରୁ ସୁନା ହଲମାର୍କ ବାଧ୍ୟତାମୂଳକ ନଥିଲା । ୧୪, ୧୮ ଓ ୨୨ କ୍ୟାରେଟ ସୁନାରେ ବିଆଇଏସ ହଲମାର୍କ ଲଗାଇବା ଏବେ ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ଦେଶରେ ୪୦ ପ୍ରତିଶତ ସୁନା ହଲମାର୍କ ସହ ବିକ୍ରି ହେଉଛି ।

୪୫ ସୁନା ଗହଣା ଦୋକାନ ଉପରେ ଚଢ଼ାଉ, ତଣ୍ଡ ଗଣିଲେ ୩ ଲକ୍ଷ ୭୭ ହଜାର

Leave a Reply