spot_img

Latest Posts

ବଜାରରେ କେବଳ ହଲମାର୍କ ସୁନା, ଆଉ ଠକାମୀର ଶୀକାର ହେବେନି ଗ୍ରାହକ

ନୂଆଦିଲ୍ଲୀ: ଆଉ ଠକାମୀର ଶୀକାର ହେବେନି ସୁନା କିଣୁଥିବା ଗ୍ରାହକ। ଏବେ ବଜାରରେ କେବଳ ହଲମାର୍କ ଥିବା ସୁନା ଗହଣା ହିଁ ବିକ୍ରି ହେବ। ଏନେଇ କେନ୍ଦ୍ର ସରକାର ପୂର୍ବରୁ ଗାଇଡଲାଇନ୍‌ ଜାରି କରିଥିବା ବେଳେ କରୋନା ଯୋଗୁଁ ଏହା ଲାଗୁ ହୋଇପାରୁନଥିଲା।

କେନ୍ଦ୍ରୀୟ ବାଣିଜ୍ୟ ଓ ଉପଭୋକ୍ତା ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ, ପୁରୁଣା ଷ୍ଟକ୍ ସରିବା ଯାଏଁ ହଲମାର୍କ ନେଇ ବ୍ୟବସାୟୀଙ୍କ ଉପରେ କୌଣସି ଫାଇନ୍ ପଡିବ ନାହିଁ । ୨୦୨୧ ମସିହା ସେପ୍ଟେମ୍ବର ୧ ତାରିଖ ଯାଏଁ ଏହି କଟକଣା କୋହଳ ହେଉଥିବା ବେଳେ କୗେଣସି ମାଲ୍ ମଧ୍ୟ ଜବତ କରାଯିବ ନାହିଁ ।

ଗାଇଡଲାଇନ ଅନୁସାରେ ୧୪, ୧୮, ୨୨ କ୍ୟାରେଟର ହଲ୍‌ମାର୍କ ସୁନା ଗହଣା ବିକ୍ରି ହେବ । ଗତ ୫ ବର୍ଷ ଭିତରେ ହଲମାର୍କ ସେଣ୍ଟର ୨୫ ପ୍ରତିଶତ ବଢିଛି । ଏଥିପାଇଁ ସୁନାକୁ ହଲମାର୍କ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଆଇଏସ ବା ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ କୁହାଯାଇଛି । ନଭେମ୍ବର ୨୦୧୯ରେ ଏହି ଗାଇଡଲାଇନ୍‌ ପ୍ରକାଶ କରିଥିଲେ ସରକାର ।

ଚଳିତବର୍ଷ ୧୫ ଜାନୁଆରୀରୁ ଏହା ଲାଗୁ ହେବ କଥା । କିନ୍ତୁ କରୋନା ଯୋଗୁଁ ଲାଗୁ ହେବାରେ ବିଳମ୍ବ ହୋଇଛି । ସେପଟେ ବିନା ହଲମାର୍କ ସୁନାକୁ ବିକ୍ରି କରିବା ପାଇଁ ସରକାର କିଛି ସମୟ ଦେବା ଦରକାର ବୋଲି ସୁନା ବ୍ୟବସାୟୀ ମାନେ ଦାବି କରିଛନ୍ତି ।

Latest Posts

Don't Miss