spot_img

Latest Posts

ସୌନ୍ଦର୍ଯ୍ୟ, ରୋଗ ପ୍ରତିରୋଧକ ପାଇଁ ଲାଭଦାୟକ ହାଲାରୀ ଗଧର କ୍ଷୀର, ବୃଦ୍ଧତ୍ୱ ଏବଂ ରୋଗରୁ ଦେଇଥାଏ ମୁକ୍ତି

ହିଲାରୀ ଗଧ କ୍ଷୀର: ସାଧାରଣତଃ ଲୋକମାନେ ଗାଇ, ମଇଁଷିର କ୍ଷୀର ପିଇଥାନ୍ତି, କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟକୁ ନଜରରେ ରଖିଲେ ଗଧ କ୍ଷୀର (Donkey Milk) ସ୍ୱାସ୍ଥ୍ୟ ପ୍ରତି ଅନେକ ଲାଭଦାୟକ ହୋଇଥାଏ ।  National Research Centre on Equines ର ରିପୋର୍ଟ ମୁତାବକ, ଗୁଜୁରାଟ କଚ୍ଛରେ ଥିବା ହାଲାରୀ ପ୍ରଜାତିର ଗଧର କ୍ଷୀର ସ୍ୱାସ୍ଥ୍ୟ ପ୍ରତି ଖୁବ ଲାଭଦାୟକ । ହାଲାରୀର କ୍ଷୀର ଅନେକ ଔଷଧ ଏବଂ ବ୍ୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଏ । କୁହାଯାଏ ଯେ, ଏହି କ୍ଷୀରରେ ଥିବା Anti Aging ପ୍ରୋଟିନ୍ ଆପଣଙ୍କ ବୃଦ୍ଧତ୍ୱକୁ ରୋକିଥାଏ ।

ତେବେ ହାଲାରୀ ଗଧର କ୍ଷୀର ପାଇଁ ବର୍ତ୍ତମାନ ଭାରତରେ ସେତେ ଭଲ ବଜାର ନାହିଁ । କସମେଟିକ୍ ପ୍ରସ୍ତୁତ କରୁଥିବା କିଛି କମ୍ପାନୀ ଏହି କ୍ଷୀରକୁ କିଣିଥାନ୍ତି । ଏହା ବ୍ୟତୀତ ଏହି କ୍ଷୀରକୁ ଦେଶର ଅନେକ ସ୍ଥାନରେ ପିଇଥାନ୍ତି ମଧ୍ୟ । ଖାସ କରି ଗାଁରେ ଶିଶୁ ମାନଙ୍କ ପାଖରେ ଦେଖାଦେଉଥିବା ପାଚକ ସମ୍ବନ୍ଧିୟ ସମସ୍ୟାକୁ ଦୂର କରିବା ପାଇଁ ଏହି କ୍ଷୀର ଦିଆଯାଇଥାଏ । ଏହି କ୍ଷୀରର ଲାଭଦାୟକ ଗୁଣ ବିଷୟରେ ଯଦି ଅଧିକ ପ୍ରଚାର ପ୍ରସାର ହୁଏ ତେବେ ଭାରତରେ ଏହାର ଭଲ ବ୍ୟବସାୟ ହୋଇପାରିବ ।

ହାଲାରୀ ଗଧ କ୍ଷୀରର ବଶେଷତ୍ତ୍ୱ-

  • NRCEର ରିସର୍ଚ୍ଚ ମୁତାବକ, ମାଆ କ୍ଷୀରରେ ଯେଉଁ ପୋଷକ ତତ୍ତ୍ୱ ଥାଏ, ସେହି ପୋଷକ ତତ୍ତ୍ୱ ହାଲାରୀ ଗଧ କ୍ଷୀରରେ ମଧ୍ୟ ରହିଥାଏ ।
  • ଛେଳି, ଓଟ, ମଇଁଷିର କ୍ଷୀର ତୁଳନାରେ ହାଲାରୀ ଗଧ କ୍ଷୀରର ଗୁଣବତ୍ତା ଅଧିକ ରହିଥାଏ । ଏହି କ୍ଷୀରରେ ଫ୍ୟାଟ ନଥାଏ ।
  • ଶିଶୁଙ୍କ ପାଚକ ଶକ୍ତି ବୃଦ୍ଧି କରିବାରେ ଏହି କ୍ଷୀର ସାହାଯ୍ୟ କରିଥାଏ ।
  • ତ୍ୱଚା ଚିକ୍କଣ ହେବା ସହ ଏହାକୁ ପିଇବା ଦ୍ୱାରା ଅନେକ ପ୍ରକାରର ଚର୍ମ ରୋଗ ମଧ୍ୟ ଭଲ ହୋଇଥାଏ ।
  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
  • Anti Aging, Anti Oxidant ଏବଂ ଆଉ ଅନେକ ଔଷଧିୟ ଗୁଣରେ ଭରପୂର ଏହି କ୍ଷୀର ।

ଧିରେ ଧିରେ ବୃଦ୍ଧି ପାଉଛି ହାଲାରୀ କ୍ଷୀର ବ୍ୟବସାୟ

କସମେଟିକ୍ ପ୍ରସ୍ତୁତ କରୁଥିବା ଷ୍ଟାର୍ଟ ଅପ୍ କମ୍ପାନୀ ‘ଅର୍ଗାନିକ୍ସ’ ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ୍ ଲଞ୍ଚ କରିବା ଆରମ୍ଭ କରିଛନ୍ତି । ଅର୍ଗାନିକ୍ସର ପ୍ରତିଷ୍ଠାତା ପୂଜା କୌଲ୍ କହିଛନ୍ତି ଯେ, ‘ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ଗଧର ପ୍ରଜାତିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇନଥାଏ ଏବଂ ଏହି କାରଣରୁ କ୍ଷୀରର ଉପକାରୀ ଗୁଣ ବିଷୟରେ ଅନେକ ଲୋକ ଜାଣନ୍ତି ନାହିଁ । କିନ୍ତୁ, ଗତ ଦୁଇ-ତିନି ବର୍ଷ ଧରି ଲୋକମାନେ ଏ ବିଷୟରେ ସଚେତନ ହେଉଛନ୍ତି । ଆମେ ଗତ ଦୁଇ ବର୍ଷ ଧରି ଦିଲ୍ଲୀରୁ ଗଧ କ୍ଷୀର କିଣୁଛୁ, କିନ୍ତୁ ବର୍ତ୍ତମାନ ଆମେ କଚ୍ଛର ହାଲାରୀ ପ୍ରଜାତିର ଗଧର କ୍ଷୀର କିଣିବାକୁ ଯୋଜନା କରୁଛୁ ।’

 

ଲିଟର ପିଛା କ୍ଷୀରର ଦାମ ୨୦୦୦ ଟଙ୍କା

ପୂଜା କୌଲ୍ କହିଛନ୍ତି ଯେ, ‘ଭାରତରେ ଗଧ କ୍ଷୀରର ଲିଟର ପିଛା ଦାମ ପ୍ରାୟ ୨୦୦୦ ଟଙ୍କା ରହିଛି । ଆମେ ଏହାକୁ ସାବୁନ ତିଆରି କରିବା ପାଇଁ ବ୍ୟବହାର କରୁ । କର୍ଣ୍ଣାଟକର ଅନେକ ଗାଁରେ ଶିଶୁମାନଙ୍କୁ ରୋଗରୁ ଦୂରେଇ ରଖିବା ପାଇଁ ହାଲାରୀ ଗଧ କ୍ଷୀର ପିଇବାକୁ ଦିଆଯାଇଥାଏ । ଗଧଙ୍କୁ ପାଳୁଥିବା ଅନେକ କମ୍ୟୁନିଟି ଏହାର କ୍ଷୀରକୁ ଚାମଚ ପିଛା ୫୦ ରୁ ୧୦୦ ଟଙ୍କାରେ ବିକ୍ରି କରନ୍ତି । ସାଧାରଣତଃ ଦିନକରେ ଗଧଟିଏ ୧ ଲିଟର କ୍ଷୀର ଦେଇଥାଏ ।’

ରାଜସ୍ଥାନର କମ୍ପାନୀ ଗୁଜୁରାଟରେ ଖୋଲିବ ଡାୟରୀ

ହାଲାରୀ ଗଧର କ୍ଷୀର ଉପରେ ଗବେଷଣା ପରେ ଏହି କ୍ଷୀରର ଚାହିଦା ବଢ଼ିବାରେ ଲାଗିଛି । ଏହି କାରଣରୁ, ଓଟ କ୍ଷୀର ଉତ୍ପାଦ ପ୍ରସ୍ତୁତ କରୁଥିବା ରାଜସ୍ଥାନର ଆଡଭିକ୍ ଫୁଡ୍ କମ୍ପାନୀ ଗୁଜୁରାଟରେ ହାଲାରୀ ଗଧ କ୍ଷୀର ପାଇଁ ଡାୟରୀ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି । ଆଡଭିକ୍ ଫୁଡ୍ସର ପ୍ରତିଷ୍ଠାତା ହିତେଶ ରାଠୀ କହିଛନ୍ତି ଯେ, ‘ଗୁଜୁରାଟରେ ହାଲାରୀ ଗଧକୁ ପାଳୁଥିବା ଅନେକ ସମ୍ପ୍ରଦାୟ ସହ ଆମେ ଭେଟିସାରିଛୁ । ବର୍ତ୍ତମାନ ସମୟରେ ଆମେ ଅନୁସନ୍ଧାନ କରୁଛୁ ଯେ, ପ୍ରତିଦିନ ଆମକୁ କେତେ କ୍ଷୀର ମିଳିପାରିବ ଏବଂ ଏହାର ମୂଲ୍ୟକୁ କିପରି ନିୟନ୍ତ୍ରଣ କରାଯାଇପାରିବ ।

ହାଲାରୀ ଗଧ ଦେଖିବାକୁ ଧଳା ରଙ୍ଗର ଓ ଆକାରରେ ଘୋଡ଼ା ପରି ଅଟେ । ଅବଶ୍ୟ ଏହା ଘୋଡ଼ା ତୁଳନାରେ ଉଚ୍ଚତାରେ ଛୋଟ ଥାଏ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଶରୀରରେ ବ୍ୟାପିଥିବା ବିଷ, ଜ୍ୱର, ଥକାପଣ, ଆଖିରେ ଦାଗ, ଦୁର୍ବଳ ଦାନ୍ତ, ପାଟି ଘା, ଆସ୍ଥମା ଏବଂ ମହିଳାଙ୍କ ସହ ଜଡିତ ଅନେକ ରୋଗ ଦୂର କରିବାରେ ଗଧ କ୍ଷୀର ସହାୟକ ହୋଇଥାଏ ।

Latest Posts

Don't Miss