କେନ୍ଦ୍ରାପଡ଼ା ଜିଲ୍ଲାରେ ସାରଥୀ ବାବାଙ୍କ ପରେ ହଳଦୀ ବାବାଙ୍କ ନାଁରେ କେଳେଙ୍କାରୀ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାରେ ସାରଥୀ ବାବାଙ୍କ ପରେ ହଳଦୀ ବାବାଙ୍କ ନାଁରେ କେଳେଙ୍କାରୀ ଅଭିଯୋଗ । ହଳଦୀ ବାବା ପାଟକୁରା ଥାନା ଅନ୍ତର୍ଗତ ବଚରେଇ ପଞ୍ଚାୟତ ବାଲିକୁଦା ଗାଁର ମନସା ଦେବୀ ପୀଠରେ ନିଜର ଆଶ୍ରମ ସ୍ଥାପନ କରିଛନ୍ତି । ସେଠି ବାଂଲାଦେଶୀଙ୍କୁ ଅନୁପ୍ରବେଶ କରାଇ ନିଜର ଆଶ୍ରମରେ ରଖୁଥିବା ନେଇ ପେଣ୍ଠ ଗାଁର ଲୋକେ ଅଭିଯୋଗ କରିଛନ୍ତି । ବାବାଙ୍କ ଆଶ୍ରମ ଅନାବାଦୀ ଗୋଚର ଜମିରେ ହୋଇଥିବାରୁ ପେଣ୍ଠ ଗାଁର ଲୋକ ଏହି ଜବରଦଖଲକୁ ବିରୋଧ କରୁଛନ୍ତି । ଏହାସହ ରମାନାଥ ସାମନ୍ତରାୟ ବାବା ଆଶ୍ରମ କରିଥିବା ଜବରଦଖଲ ଆଶ୍ରମକୁ ଉଛେଦ ପାଇଁ ମାର୍ଶାଘାଇ ତହସିଲଦାରଙ୍କ ନିକଟରେ ଦାବି କରିଛନ୍ତି । ଏହାସହ ହଳଦୀ ବାବାଙ୍କ ଆଶ୍ରମରେ ତନ୍ତ୍ର ସାଧନା ହେଉଥିବା ଓ ଅନୈତିକ ଭାବେ ବଳି ଦିଆଯାଉଥିବା ଅଭିଯୋଗ ହୋଇଛି । ତେବେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଶ୍ରମର ସମର୍ଥକ ଓ ବାବାଙ୍କ ଅନୁଗାମୀ । ମନସା ଦେବୀଙ୍କ ଏହି ପୀଠରେ ହଳଦୀ ବାବାଙ୍କୁ ଗ୍ରାମବାସୀମାନେ ରଖିଥିବା କହିଛନ୍ତି । ସେପଟେ ଅଭିଯୋଗ ପରେ ତଦନ୍ତ କରି ଖୁବଶୀଘ୍ର ସରକାରୀ ଜାଗା ତଥା ଗୋଚରରେ ବେଆଇନ ଆଶ୍ରମକୁ ଉଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ମାର୍ଶାଘାଇ ତହସିଲଦାର ।