ହାଜତ ମୃତ୍ୟୁ ମାମଲା, ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର: ପ୍ରଦୀପ ସାହୁ ମୃତ୍ୟୁ ମାମଲା । ଏନଏଚଆରସି ଗାଇଡଲାଇନ୍ ଅନୁସାରେ ବଦଳିଲେ ତଦନ୍ତକାରୀ ଅଧିକାରୀ ଏସ୍ କେ ବେହେରା । ଆଇଆଇସି ପାହ୍ୟାର ଜଣେ ଅଧିକାରୀଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟର ତଦନ୍ତ କରାଯିବ । ପ୍ରଦୀପ କେତେବେଳେ ଅସୁସ୍ଥ ଅନୁଭବ କଲେ ଓ କେତେବେଳେ ତାଙ୍କୁ ମେଡିକାଲ ନିଆଯାଇଥିଲା ।
ସେ ଦିଗରେ ତଦନ୍ତ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନଏଚଆରସି ଗାଇଡଲାଇନ୍ ଅନୁସାରେ ତଦନ୍ତ ହେଉଛି ନା ନାହିଁ ତାହାର ତଦାରଖ କରିବେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ । ୪୮ ଘଣ୍ଟା ଭିତରେ ଏହି ରିପୋର୍ଟ ଡିସିପିଙ୍କୁ ଦିଆଯିବ । ଡିସିପି ଏହି ରିପୋର୍ଟ ଏନଏଚଆରସିକୁ ପଠାଇବେ ।