ଶରୀରରେ ବିଷର ମାତ୍ରା ବଢ଼ାଇଥାଏ ଏହି ସମସ୍ତ ଫଳ

1 min read

ନୂଆଦିଲ୍ଲୀ: ଫଳ ଏବଂ ପନିପରିବା ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏହାଦ୍ୱାରା ହଜମ ପ୍ରକ୍ରିୟା ଠିକ୍‌ ରହିବାଠାରୁ ଆରମ୍ଭ କରି ଶରୀରକୁ ଭିଟାମିନ, ମିନେରାଲ୍ସ ଆଦି ମିଳିଥାଏ । କିନ୍ତୁ ନିକଟରେ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡ଼ିଛି ଏମିତି କିଛି ଫଳ ଏବଂ ପନିପରିବା ଅଛି ଯାହା ଶରୀରରେ ବିଷ ସୃଷ୍ଟି କରିଥାଏ । କାରଣ ଏଥିରେ କୀଟନାଶକର ମାତ୍ରା ସର୍ବାଧିକ । ଏହାର ମାତ୍ରା ବଢ଼ିବା ଦ୍ୱାରା ଶରୀରରେ ଗମ୍ଭୀର ସମସ୍ୟା ଦେଖା ଦେଇଥାଏ ।

Environmental Working Group ଦ୍ୱାରା ଜାରି ହୋଇଥିବା ଏହି ରିପୋର୍ଟ ଅନୁସାରେ  କୀଟନାଶକ ଏଭଳି ଏକ ରସାୟନ ଏବଂ ଜୈବିକ ଏଜେଣ୍ଟ୍‌, ଯାହାର ବ୍ୟବହାର ପନିପରିବା ଏବଂ ଫଳକୁ ଜୀବାଣୁ ଆଦିରୁ ରକ୍ଷା କରିବାକୁ କରାଯାଏ ।

CNNର ଏକ ଆର୍ଟିକିଲରେ ଅନୁସାରେ,  EWF ୨୦୨୨ର ଏକ ରିପୋର୍ଟରେ ଦର୍ଶଯାଇଛିଯେ, ଷ୍ଟ୍ରବେରୀ, ପାଳଙ୍ଗରେ କୀଟନାଶକ ବହୁଳ ବ୍ୟବହାର କରାଯାଏ । ଏହାପରେ ଏହି ତାଲିକାରେ କଦଳୀ, ସୋରିଷ, ସେଓ, ଅଙ୍ଗୁର ଏବଂ ଶିମଳା ଲଙ୍କା ସାମିଲ ରହିଛି ।

EWFର ବିଶେଷଜ୍ଞ ଆଲେକ୍ସିସ ଟେମକିନଙ୍କ ଅନୁସାରେ ଏହି ସମସ୍ତ ଖାଦ୍ୟ କମ୍‌ ଖାଇବା ଉଚିତ୍‌ ।

ସବୁଠାରୁ ଅଧିକ କୀଟନାଶକ ବ୍ୟବହାର ହେଉଥିବା ଫଳ ଓ ପନିପରିବା: 

ଷ୍ଟ୍ରବେରୀ, ପାଳଙ୍ଗ, କଦଳୀ, ସୋରଷ ଶାଗ,ନେକ୍ଟ୍ରିନ୍‌, ସେଓ,ଅଙ୍ଗୁର,ଶିମଳା ଲଙ୍କା,ଚେରୀ,ପିଚ୍‌,ନାସପାତି, ଜୁଆଣି ଏବଂ ଟମାଟୋ ।

ସବୁଠାରୁ କମ୍‌ କୀଟନାଶକ ବ୍ୟବହାର ହେଉଥିବା ଫଳ ଓ ପନିପରିବା:

ଆଭୋକାଡ଼ୋ,ସ୍ୱିଟ୍‌ କର୍ଣ୍ଣ, ସପୁରୀ,ପିଆଜ,ଅମୃତଭଣ୍ଡା, ମିଠା ମଟର,ଏସ୍ପେରାଗସ, ମିଠା ତରଭୁଜ, କିଓ୍ୱି,ବନ୍ଧାକୋବି,ଛତୁ,ଖରଭୁଜ,ଆମ୍ବ,,ତରଭୁଜ ଏବଂ କନ୍ଦମୂଳ ।

୨୦୨୦ରେ ହୋଇଥିବା ଏକ ଗବେଷଣା ଅନୁସାରେ ଅଧିକ କୀଟନାଶକ ବ୍ୟବହୃତ ଫଳ ଓ ପନିପରିବା ଖାଇବା ଦ୍ୱାରା ପିଲାଙ୍କ ନିକଟରେ ସ୍ମୃତି ଶକ୍ତି ହ୍ରାସ ହେବାଭଳି ସମସ୍ୟା ଦେଖାଯାଉଛି । କେବଳ ସେତିକି ନୁହେଁ ମହିଳାଙ୍କ ପ୍ରଜନନ ଉପରେ ମଧ୍ୟ ସମସ୍ୟା ପକାଉଛି ।