H3N2 ଭୂତାଣୁର ସଂକ୍ରମଣ ପ୍ରତି ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

1 min read

ଭୁବନେଶ୍ୱର: H3N2 ଭୂତାଣୁର ସଂକ୍ରମଣ ପ୍ରତି ସତର୍କ ରୁହ । ଇନଫ୍ଲୁଏଞ୍ଜା ପରି ଅସୁସ୍ଥତା ଓ ଗୁରୁତର ଶ୍ବାସଜନିତ ସମସ୍ୟା ପ୍ରତି ସତର୍କ ରହିବା ଲାଗି ରାଜ୍ୟଗୁଡିକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ । ଆଜି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ H3N2 ସମ୍ପର୍କରେ କରାଯାଇଥିଲା ସମୀକ୍ଷା । ଗୋଷ୍ଠୀ ସଚେତନତା, ନିଶ୍ବାସପ୍ରଶ୍ବାସଜନିତ ସ୍ବଚ୍ଛତା ରକ୍ଷାକୁ ଫୋକସ ଦିଆଯାଇଛି । ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିବାବେଳେ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ କୁହାଯାଇଛି ।

ଛିଙ୍କ ବେଳେ ରୁମାଲ ବା ଟିସ୍ୟୁ ପେପର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସର୍ଭେଲାନ୍ସ ଉପରେ ଗୁରୁତ୍ବ ଦିଆଯାଇଥିବାବେଳେ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମିତ ରୋଗୀଙ୍କ ସହ ବିଶେଷ ମିଳାମିଶା ନ କରିବାକୁ ଗାଇଡଲାଇନରେ କୁହାଯାଇଛି । ଦେଶରେ H3N2 ସଂକ୍ରମଣ ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଆଜି ଏନେଇ ନୀତି ଆୟୋଗ କରିଛି ସମୀକ୍ଷା । ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ H3N2 ସଂକ୍ରମଣ ନେଇ କରାଯାଇଛି ସମୀକ୍ଷା ।