ଆଜି ଜ୍ଞାନବାପୀ ମାମଲାର ରାୟ ଶୁଣାଇବେ ବାରଣାସୀ କୋର୍ଟ

ବାରଣାସୀ: ବହୁ ଚର୍ଚ୍ଚିତ ଜ୍ଞାନବାପୀ ମାମଲାରେ ଆଜି ରାୟ ଶୁଣାଇବେ ବାରଣାସୀ ଜିଲ୍ଲା ଦୌରାଜଜ । ଶୃଙ୍ଗାର ଗୌରୀଙ୍କ ନିୟମିତ ଦର୍ଶନ ଏବଂ ବିଗ୍ରହର ସୁରକ୍ଷାକୁ ନେଇ ହୋଇଥିବା ମାମଲା ଶୁଣାଣି ପାଇଁ ଯୋଗ୍ୟ କି ନାହିଁ ସେନେଇ ନିଷ୍ପତ୍ତି ଶୁଣାଇବେ କୋର୍ଟ । ଗତ ୨୪ତାରିଖରେ ସବୁ ପକ୍ଷର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମେ ୨୩ତାରିଖରୁ ଜିଲ୍ଲା କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା ।

ମାମଲାଟି ଶୁଣାଣି ପାଇଁ ଯୋଗ୍ୟ ନା ନୁହେଁ ତାହା ଉପରେ ବିଚାର ହୋଇଛି । ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଜ୍ଞାନବାପୀର ସର୍ଭେ କରାଯାଇଥିଲା । ଜ୍ଞାନବ୍ୟାପୀରେ ଶିବଲଙ୍ଗ ଥିବା ନେଇ ହିନ୍ଦୁ ପକ୍ଷ ଦାବି କରିଥିଲେ । ପରେ ବିବାଦୀୟ ସ୍ଥାନକୁ ସିଲ କରାଯାଇଥିଲା । ଏହା ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ।

ପରେ ହିନ୍ଦୁ ପକ୍ଷ ମାମଲାର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇ ଅନ୍ୟଏକ ମାମଲା ରୁଜୁ କରିଥିଲେ । ଏହି ଆବେଦନ ଉପରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଆଜି କୋର୍ଟଙ୍କ ରାୟ ଆସିବାକୁ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅପ୍ରିତୀକର ସ୍ଥିତିକୁ ଏଡ଼ାଇବାକୁ ଆଲର୍ଟରେ ରହିଛି ବାରଣାସୀ ପୋଲିସ । ବାରଣାସୀ ସହରରେ ୧୪୪ ଧାରା ଜାରି କରାଯାଇଛି ।