ଜ୍ଞାନବାପୀ ମସଜିଦରେ ଏଏସଆଇ ସର୍ଭେ ଉପରେ ରୋକ୍ ମାମଲା, ଆଜି ଆସିପାରେ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦରେ ଏଏସଆଇ ସର୍ଭେ ଉପରେ ଆସିପାରେ ଚୂଡ଼ାନ୍ତ ରାୟ । ଗତ ୨୭ ତାରିଖ ଯାଏ ସର୍ଭେ ଉପରେ ଲାଗିଥିବା ରୋକକୁ ଆଜି ଯାଏ ବୃଦ୍ଧି କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଏଏସଆଇର ସର୍ଭେ ଉପରେ ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ ।  ଆବେଦନ ଉପରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରିପାରନ୍ତି ଅଦାଲତ । ମନ୍ଦିରର ଭଗ୍ନସ୍ତୁପ ଉପରେ ମସଜିଦ ନିର୍ମାଣ କରାଯାଇଥିବା ହିନ୍ଦୁ ପକ୍ଷ ଦାବି କରୁଛି  ।  ତଳ କୋର୍ଟ ଆବେଦନକୁ ଗ୍ରହଣ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ । ହେଲେ ଗତ ଜୁଲାଇ ୨୪ରେ ସୁପ୍ରିମକୋର୍ଟ ସର୍ଭେ ଉପରେ ରୋକ୍ ଲଗାଇଥିଲେ । ଜୁଲାଇ ୨୬ ସନ୍ଧ୍ୟା ଯାଏ ଉଚ୍ଚତମ ନ୍ୟାୟାଳୟ ସର୍ଭେ ଉପରେ ରୋକ ଲଗାଇଥିବାବେଳେ ଆହ୍ଲାବାଦ କୋର୍ଟ ପ୍ରଥମେ ୨୬ ଓ ପରବର୍ତ୍ତୀ ସମୟରେ ଆଜି ଯାଏ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ।