ଲିକ୍ ହେଲା ଜ୍ଞାନବାପୀ ସର୍ଭେ ରିପୋର୍ଟ, ମସଜିଦରେ ହନ୍ଦୁ ସଂସ୍କୃତିର ଚିହ୍ନ…

ବାରଣାସୀ: ବାରାଣସୀ: ଲିକ୍ ହୋଇଛି ଜ୍ଞାନବାପୀ ମସଜିଦର ସର୍ଭେ ରିପୋର୍ଟ। ଜ୍ଞାନବାପୀ ମାମଲାରେ ସ୍ୱତନ୍ତ୍ର କୋର୍ଟ କମିଶନର ବିଶାଲ ସିଂ କୋର୍ଟରେ ଉପସ୍ଥାପିତ କରିଥିବା ରିପୋର୍ଟ ଲିକ୍ ହୋଇଛି। ଏପରିକି ଏହାର କପି ଏକ ଘରୋଇ ଚ୍ୟାନେଲରେ ଟେଲିକାଷ୍ଟ ହୋଇଥିବା ସୂଚନା ମିଳିଛି । ସର୍ଭେ ସମୟରେ ଟିମକୁ ଯେଉଁସବୁ ଜିନିଷ ମିଳିଥିଲା ସେସବୁ ଜିନିଷ ଉଲ୍ଲେଖ ରହିଛି ।

ସର୍ଭେର ଅନ୍ୟ ଏକ ରିପୋର୍ଟରେ ହିନ୍ଦୁ ପ୍ରତୀକ ଓ ଶିବ ଲିଙ୍ଗ ମିଳିଥିବା ଦର୍ଶାଯାଇଛି । ଏହାବ୍ୟତୀତ ମସଜିଦର କାନ୍ଥରେ ପଦ୍ମ ଫୁଲ, ଡମ୍ବରୁ ଓ ତ୍ରୀଶୁଳର ଚିହ୍ନ ମିଳିଛି । ତେବେ କୋର୍ଟଙ୍କ ଆଦେଶାନୁସାରେ ଜ୍ଞାନବାପୀ ମସଜିଦର ସର୍ଭେ କରାଯାଇଥିଲା । ତିନି ଦିନ ଧରି ଚାଲିଥିବା ସର୍ଭେ ପରେ କମିଶନ ଏକ ରିପୋର୍ଟ ଗୁରୁବାର ଦିନ କୋର୍ଟରେ ଦାଖଲ କରିଥିଲେ । ସର୍ଭେର ଶେଷ ଦିନରେ ହିନ୍ଦୁ ପକ୍ଷ ଦାବି କରିଛି ଯେ ମନ୍ଦିର ଭିତରୁ ଶିବ ଲିଙ୍ଗ ମିଳିଛି । ଯାହାକୁ ଖଣ୍ଡନ କରିଥିଲା ମୁସଲିମ୍ ପକ୍ଷ ।

ଉଲ୍ଲେଖଯୋଗ୍ୟ, ଜ୍ଞାନବାପି ମସଜିଦ ମାମଲାରେ ଗୁରୁବାର ଦିନ ସୁପ୍ରିମକୋର୍ଟ ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଏହି ବିବାଦୀୟ ମାମଲାର ଶୁଣାଣି ଆସନ୍ତାକାଲି ହେବ । ଏହା ସହ ବାରାଣସୀ କୋର୍ଟର ଶୁଣାଣି ଉପରେ ମଧ୍ୟ ସ୍ଥଗିତାଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସର୍ଭେବେଳେ ମସଜିଦ ଭିତରେ ଥିବା ଏକ କୂଅରୁ ଏକ ଶିବଲିଙ୍ଗର ସନ୍ଧାନ କରାଯାଇଛି ବୋଲି ଜଣେ ଓକିଲ ଦାବି କରିବା ପରେ ଏହାକୁ ନେଇ ବିବାଦ ବଢ଼ିଥିଲା