IASଙ୍କ ହଜିଲା କୁକୁର ପାଇଁ ନିଖୋଜ ପୋଷ୍ଟର ମାରିଲା ପୋଲିସ

ଭୋପାଳ: ହଜିଗଲା ଆଇଏଏସଙ୍କ କୁକୁର । ନାକେଦମ୍ ହେଲେ ପୋଲିସ କର୍ମୀ । ମଧ୍ୟପ୍ରଦେଶ ବିଲାଓ୍ବଆ ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ କୁକୁରକୁ ବହୁ ଖୋଜା ଖୋଜି କରିବା ପରେ କୁକୁରଟି ନ ମିଳିବାରୁ ନିଖୋଜ ପୋଷ୍ଟର ମାରିଛି ।

ଏହି କୁକୁରଟି ହେଉଛି ଜଣେ ଆଇଏଏସ ଅଧିକାରୀଙ୍କର । ଦୁଇଟି କୁକୁରକୁ ଦିଲ୍ଲୀରୁ ମଧ୍ୟପ୍ରଦେଶ ଅଣା ଯାଉଥିଲା । ଦୁଇଟି କୁକୁର କାରରେ ଆସୁଥିଲେ । କର୍ମଚାରୀମାନେ ବିଲାଓ୍ବଆ ନିକଟରେ କୁକୁରଙ୍କୁ ଖାଇବାକୁ ଦେବାକୁ ଢାବା ପାଖରେ ପହଞ୍ଚିଥିଲେ । କର୍ମଚାରୀମାନେ ଢାବାରେ ଖାଉଥିଲାବେଳେ କୁକୁର ଦୁଇଟି କାରରୁ ଖସି ଯାଇଥିଲେ ।

ଖୋଜାଖୋଜି ପରେ ଗୋଟିଏ କୁକୁର ମିଳିଥିଲା ଏବଂ ଅନ୍ୟଟି ମିଳି ନଥିଲା । ଢାବା ଅଞ୍ଚଳରେ ବହୁ ଖୋଜା ଖୋଜି କରିବା ପରେ କୁକୁରଟି ନ ମିଳିବାରୁ ପୋଲିସ ନିଖୋଜ ପୋଷ୍ଟର ମାରିଥିଲା । ଏହାପରେ ପୋଲିସ ଆଇଏଏସଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ପରେ ଗ୍ବାଲିଓ ପ୍ରାଣୀ ଉଦ୍ୟାନର କର୍ମଚାରୀ ଏବଂ ପୋଲିସ ମିଶି କୁକୁରକୁ ଖୋଜିଥିଲେ ।