spot_img

Latest Posts

ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କୁ ମର୍ଯ୍ୟାଦାଜନକ ‘ନାଲକୋ କାଳିଦାସ’ ସମ୍ମାନ

ଭୁବନେଶ୍ୱର : ବିଶ୍ୱ ଦରବାରରେ ସଂସ୍କୃତ ଭାଷା ଓ ଆଧ୍ୟାତ୍ମିକତାର ପରିଭାଷାକୁ ପହଞ୍ଚାଇବା ସହ ଏହାର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟଅବଦାନ ନିମନ୍ତେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ମର୍ଯ୍ୟାଦାଜନକ ‘ନାଲକୋ କାଳିଦାସ’ ସମ୍ମାନ ପ୍ରଦାନ କରାଯାଇଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂସ୍ଥା ନାଲ୍‍କୋର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଏହି ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା ।

କୋଭିଡ଼ ପରିସ୍ଥିତି ଯୋଗୁ ଗୁରୁଜୀ ଡଃ ଶତପଥୀ ନିଜେ ଉପସ୍ଥିତ ହୋଇପାରିନଥିବାରୁ ତାଙ୍କ ତରଫରୁ ତାଙ୍କର ଭଗିନୀ ଶ୍ରୀମତୀ ନିୟତି ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ସ୍ୱରୂପ ମାନପତ୍ର, ଉତ୍ତରୀୟ ଓ ନଗଦ ଏକଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଏହି ପୁରସ୍କାର ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ ସୃଷ୍ଟି ତତ୍ତ୍ୱ ଉପରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ରଚିତ କାବ୍ୟଗ୍ରନ୍ଥ ‘ଗୋପ୍ୟରୁ ଅଗୋପ୍ୟ’ ସଂସ୍କୃତ ଭାଷାରେ ଅନୂଦିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିବାବେଳେ ପୂର୍ବରୁ ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ ପକ୍ଷରୁ ତାଙ୍କୁ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ‘ବାଚସ୍ପତି’ ଉପାଧିରେ ସମ୍ମାନିତ କରାଯାଇଥିଲା ।

Latest Posts

Don't Miss