ରୋହିଣୀ ନକ୍ଷତ୍ରରେ ବୃହସ୍ପତିଙ୍କ ପ୍ରବେଶ, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ବଦଳିବ ଭାଗ୍ୟ !
1 min readଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କ ବିଶେଷ ସ୍ଥାନ ରହିଛି । ବୃହସ୍ପତିଙ୍କୁ ଧନ, ଦାନ, ପୂଣ୍ୟ, ଶିକ୍ଷା, ସମ୍ମାନ, ବୁଦ୍ଧି, ପବିତ୍ର ସ୍ଥାନ, ସନ୍ତାନ, ବଡଭାଇ ଆଦିର କାରକ ଗ୍ରହ କୁହାଯାଏ । ବୃହସ୍ପତିଙ୍କ ଗୋଚର ବା ଚଳନକୁ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଇଥାଏ । ନଭେମ୍ବର ୨୮ ତାରିଖରୁ ଦେବଗୁରୁ ବୃହସ୍ପତି ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ଜନ୍ମିତ ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହେବ ବୋଲି ଜ୍ୟୋତିଷମାନେ ଆକଳନ କରିଛନ୍ତି ।
ମୂଳତଃ ଦେବଗୁରୁ ବୃହସ୍ପତି ହେଉଛନ୍ତି ପୁନର୍ବସୁ, ବିଶାଖା ଏବଂ ପୂର୍ବ ଭାଦ୍ରପଦ ନକ୍ଷତ୍ରର ଅଧିପତି । ୨୦୨୪ ମସିହା ମଇ ମାସ ୧ ତାରଖରୁ ବୃହସ୍ପତି ବୃଷ ରାଶିରେ ଅବସ୍ଥାନ କରିଛନ୍ତି । ୨୦୨୫ ମସିହା ମଇ ମାସ ୧୩ ତାରଖ ପର୍ଯ୍ୟନ୍ତ ବୃହସ୍ପତି ଏହି ରାଶିରେ ଅବସ୍ଥାନ କରିବେ । ୨୦୨୪ ମସିହା ଅଗଷ୍ଟ ୨୦ ତାରଖରୁ ରୋହିଣୀ ନକ୍ଷତ୍ରରୁ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରି ସେଠାରେ ଅବସ୍ଥାନ କରିଥିଲେ । ୨୮ ନଭେମ୍ବରରେ ପୁଣି ଫେରି ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ନଭେମ୍ବର ୨୮ରୁ ୨୦୨୫ ମସିହା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ବୃହସ୍ପତି ରୋହିଣୀ ନକ୍ଷତ୍ରରେ ଅବସ୍ଥାନ କରିବେ ।
ଚନ୍ଦ୍ର ହେଉଛନ୍ତି ରୋହିଣୀ ନକ୍ଷତ୍ରର ଅଧିପତି । ଚନ୍ଦ୍ର-ବୃହସ୍ପତିଙ୍କ ମଧ୍ୟରେ ମିତ୍ର ସମ୍ପର୍କ ରହିଛି । ତେବେ ବୃହସ୍ପତି ନକ୍ଷତ୍ରରେ ପରିବର୍ତ୍ତନ ହେତୁ ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ କ’ଣ ରହିବ ଆସନ୍ତୁ ଜାଣିବା ।
ମେଷ
ବୃହସ୍ପତିଙ୍କ ରୋହିଣୀ ନକ୍ଷତ୍ରରେ ପ୍ରବେଶ ଫଳରେ ମେଷ ରାଷିର ବ୍ୟକ୍ତିଙ୍କ ଆତ୍ମ ବିଶ୍ବାଷ ଦୋହଲି ଯିବ । ମନ ଅପ୍ରସନ୍ନ ରହିବ । ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ ଏବଂ ମଧୁର ବଚନ ଦ୍ବାରା ପ୍ରଶସ୍ଥି ବଢିବ ।
ବୃଷ
ବୃଷ ରାଶି ବ୍ୟକ୍ତିଙ୍କ ବଚନ ମଧୁର ହେବ । ଆତ୍ମ ବିଶ୍ବାସ ବୃଦ୍ଧି ପାଇବ । ଶୈକ୍ଷିକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଅଧ୍ୟୟନ ପାଇଁ ରୁଚି ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ସଦଭାବ ବଜାୟ ରଖିବା ଜରୁରୀ ।
ମିଥୁନ
ମିଥୁନ ରାଶିର ବ୍ୟକ୍ତିଙ୍କ ମନ ପ୍ରସନ୍ନ ରହିବ କିନ୍ତୁ ନିଜ ବଚନରେ ନିୟନ୍ତ୍ରଣ ରଖିବା ଜରୁରୀ । ଅଯଥା ଝଗଡାରୁ ଦୂରେଇ ରୁହନ୍ତୁ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡିବ । କାର୍ଯ୍ୟକ୍ଷେତ୍ରରେ ଅନ୍ୟ ସ୍ଥାନକୁ ଯାତ୍ରା ଯୋଗ ରହିଛି ।
କର୍କଟ
ମନ ଅଶାନ୍ତ ରହିବ । ଆତ୍ମ ସଞ୍ଜମ ହେବାକୁ ପଡିବ । ଆପଣଙ୍କୁ ଧର୍ଯ୍ୟ ଧରିବାକୁ ପଡ଼ିବ । କାରବାରରେ ପରିବର୍ତ୍ତନ ଯୋଗ ରହିଛି । ପିତାଙ୍କ ସହଯୋଗ ପ୍ରାପ୍ତି ହେବ । କାର୍ଯ୍ୟ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପ୍ରାପ୍ତି ହେବ ।
ସିଂହ
ସିଂହରାଶି ବ୍ୟକ୍ତିଙ୍କ ମାନସିକ ସ୍ଥିତି ମଧ୍ୟମ ଧରଣର ରହିବ । ମାନସିକ ସ୍ଥିତି ଭଲ-ଖରାପ ଦେଇ ଗତି କରିବ । ଜୀବନ ସାଥିଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନବାନ ରହିବେ । ଲାଭ ଯୋଗ ରହିଛି ।
କନ୍ୟା
କନ୍ୟା ରାଶି ବ୍ୟକ୍ତିଙ୍କ ମନ ପ୍ରସନ୍ନ ରହିବ । ଘରେ ମାଙ୍ଗଳିକ କାର୍ଯ୍ୟ ହେବା ସମ୍ଭାବନା ରହିଛି । ଲାଭ ଯୋଗ ରହିଛି । ବନ୍ଧୁଙ୍କ ଠାରୁ ଆର୍ଥିକ ସହଯୋଗ ମିଳିପାରେ । ଘରେ ସୁଖ-ଶାନ୍ତି ବଜାୟ ରହିବ ।
ତୁଳା
ତୁଳା ରାଶି ବ୍ୟକ୍ତିଙ୍କ ମନ ଅପ୍ରସନ୍ନ ରହିବ । କ୍ରୋଧକୁ ନିୟନ୍ତ୍ରଣ କରିବା ସହ ଆତ୍ମ ସଞ୍ଜମତାର ଆବଶ୍ୟକତା ରହିଛି । ପରିବାର ସହ କୌଣସି ଧାର୍ମିକ କ୍ଷେତ୍ର ଭ୍ରମଣ କରିବାର ଯୋଗ ରହିଛି । ଜୀବନ ସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ବିଛା
ବିଛା ରାଶି ବ୍ୟକ୍ତିଙ୍କ ମନ ଅଶାନ୍ତ ରହିବ । ଆତ୍ମ ବିଶ୍ବାସ ହ୍ରାସ ପାଇବ । ଧର୍ଯ୍ୟ ରକ୍ଷା ପାଇଁ ଉଦ୍ୟମ ଆବଶ୍ୟକ । ଧର୍ମ ବିଶ୍ବାସ ବୃଦ୍ଧି ପାଇବ । ପିତାଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହେବା ଜରୁରୀ । ଲାଭ ପାଇଁ ଅବସର ଆସିବ ।
ଧନୁ
ଧନୁ ରାଶି ବ୍ୟକ୍ତିଙ୍କ ମନ ଚିନ୍ତିତ ରହିପାରେ । ସଞ୍ଜମତା ଅବଲମ୍ବନ କରନ୍ତୁ । ଧର୍ଯ୍ୟ ଧରିବା ପାଇଁ ଉଦ୍ୟମ ଆବଶ୍ୟକ । ଦୌଡା ଦୌଡି ବେଶୀ କରିବାକୁ ପଡିପାରେ । କୌଣସି ବନ୍ଧୁଙ୍କ ସହଯୋଗରେ ବ୍ୟବସାୟ ବୃଦ୍ଧି ଯୋଗ ରହିଛି ।
ମକର
ମକର ରାଶି ବ୍ୟକ୍ତିଙ୍କ ମନ ପ୍ରସନ୍ନ ରହିବ । କିନ୍ତୁ ଆତ୍ମବିଶ୍ବାସ କମିବ । ନୂଆ କାରବାର ଆରମ୍ଭ ଯୋଗ ରହିଛି । ବାକ୍ୟରେ ସଂଯମତା ଜରୁରୀ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ ।
କୁମ୍ଭ
କୁମ୍ଭ ରାଶି ବ୍ୟକ୍ତିଙ୍କ ଆୟ ବୃଦ୍ଧି ଘଟିବ । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ବାସ ହ୍ରାସ ପାଇବ । ପରିଶ୍ରମ ଅଧିକ ହେବ । ବ୍ୟବସାୟ ବୃଦ୍ଧି ଘଟିବାର ଅବସର ରହିଛି ।
ମୀନ
ମୀନ ରାଶିର ବ୍ୟକ୍ତିଙ୍କ ସଂଯମତା ଅବଲମ୍ବନ କରିବା ଜରୁରୀ । କ୍ରୋଧ ଓ ବାଦ ବିବାଦରୁ ଦୂରରେ ରହିବା ଭଲ । କୌଣସି ବ୍ୟବସାୟୀ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ବନ୍ଧୁଙ୍କ ସହେଯାଗରେ ବ୍ୟବସାୟରେ ଉନ୍ନତି ଘଟିବ ଏବଂ ଆୟ ବୃଦ୍ଧି ହେବ ।