ପାରୋଲରେ ଆସିଲେ ରାମ ରହିମ, ଖଣ୍ଡାରେ କେକ କାଟି ଉତ୍ସବ ମନାଇଲେ…

ହରିୟାଣା: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ ବାବା ରାମ ରହିମ । ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଜେଲରେ ସଜ୍ଜା କାଟୁଥିବା ବାବା ଗୁରମିତ ରାମରହିମ ପାରୋଲରେ ଆସିଛନ୍ତି । ସେ ସାଧ୍ବୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରି ଜେଲରେ ସଜ୍ଜା କାଟୁଥିଲେ । ଏବେ ୪୦ ଦିନ ପାଇଁ ପାରୋଲରେ ଆସିଛନ୍ତି । ପାରୋଲରେ ଆସିବା ପରେ ସେ ଉତ୍ତରପ୍ରଦେଶ ବର୍ଣ୍ଣଓ୍ବାରେ ପହଞ୍ଚିଲେ । ସେଠି ସେ କେକ କାଟି ପାରୋଲରେ ଆସିବା ଖୁସି ମନାଇଛନ୍ତି ।

କେକ କାଟିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାବା କେକ କାଟିଲା ବେଳେ ଏତେ ଖୁସି ହୋଇଯାଇଥିଲେ ଯେ, ସେ କହିଥିଲେ ମୋତେ ୫ ବର୍ଷ ପରେ ଏହି ସୁଯୋଗ ମିଳିଛି । ସେଥିପାଇଁ ମୁଁ ୫ଟି କେକ କାଟିବା ଉଚିତ । ସେ କେକ କାଟିଲା ବେଳେ ଛୁରି ନୁହେଁ ଖଣ୍ଡାରେ କେକ କାଟିଥିଲେ । ଯାହା ଭାଇରାଲ ହୋଇଛି ।

ରାମ ରହିମ ଆସନ୍ତାକାଲି ଡେରାର ପୂର୍ବରତ ମୁଖ୍ୟ ଶହା ସତନାମ ସିଂହଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପାରୋଲରେ ଆସିଛନ୍ତି ।