ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ରାମ ରହୀମ କରୋନା ପଜିଟିଭ୍

1 min read

ଗୁରୁଗ୍ରାମ: ଚର୍ଚ୍ଚିତ ଭଣ୍ଡ ବାବାଙ୍କୁ କରୋନା । ରୋହତକର ସୁନାରିୟା ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲରେ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦର ମୁଖ୍ୟ ରାମ ରହୀମ କରୋନା ପଜିଟିଭ୍ । ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ମେଦାନ୍ତାର କରୋନା ୱାର୍ଡରେ ରଖାଯାଇଛି । ରବିବାର ମଧ୍ୟାହ୍ନ ୧୨ଟାରେ ତାଙ୍କୁ ସୁନାରୟା ଜେଲରୁ ମେଦାନ୍ତା ଅଣାଯାଇଥିଲା । ତେବେ ଏହାପୂର୍ବରୁ ରାମ ରହୀମ ଅସୁସ୍ଥତା ବିଷୟରେ ଜଣାଇଥିଲା। ଏହା ପରେ ତାଙ୍କୁ PGI ରୋହତକରେ ଭର୍ତ୍ତି କରାଯାଇଥିଲା। ଆଜି PGIର ଡାକ୍ତରଙ୍କ ପରାମର୍ଶ ପରେ ରାମ ରହୀମଙ୍କୁ ମେଦାନ୍ତକୁ ଅଣାଯାଇଛି । ଏବଂ ଏହି ସମୟରେ ଯେତେବେଳେ ତାଙ୍କର ପରୀକ୍ଷା କରାଯାଇଥିଲା ସେତେବେଳେ ସେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା ।

ବାସ୍ତବରେ, ଜୁନ୍ ୩ରେ ଖବର ଆସିଥିଲା ​​ଯେ, ଜେଲରେ ଥିବା ଗୁରୁମିତ ରାମ ରହୀମର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହା ପରେ ତାଙ୍କୁ PGI ରୋହତକରେ ଭର୍ତ୍ତି କରାଯାଇଥିଲା। ପେଟରେ ଯନ୍ତ୍ରଣା ହେଉଥିବା ରାମ ରହୀମ ଅଭିଯୋଗ କରୁଥିଲେ। ଗୁରୁବାର ଦିନ ପ୍ରାୟ ୭ଟା ସମୟରେ କଡା ସୁରକ୍ଷା ମଧ୍ୟରେ ରାମ ରହୀମଙ୍କୁ ଜେଲରୁ PGIକୁ ଅଣାଯାଇଥିଲା । ତା’ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାପୂର୍ବରୁ ମେ 1୨ରେ ମଧ୍ୟ ରକ୍ତଚାପ ସମସ୍ୟା ହେତୁ ରାମ ରହୀମଙ୍କୁ ରୋହତକ PGI କୁ ଅଣାଯାଇଥିଲା କିନ୍ତୁ ସେ କୋଭିଡ ପରୀକ୍ଷା କରିବାକୁ ମନା କରିଦେଇଥିଲା । PGI ରେ ରାମ ରହୀମଙ୍କ ସିଟି ସ୍କାନ୍ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରାମ ରହୀମ ୫ ଅଗଷ୍ଟ ୨୦୧୭ଠାରୁ ଜେଲରେ ଅଛି । ପଞ୍ଚକୁଲାର ସିବିଆଇର ସ୍ୱତନ୍ତ୍ର କୋର୍ଟ ରାମ ରହୀମଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ୧୬ ବର୍ଷ ପୁରୁଣା ମାମଲାରେ ଗୁରୁମିତ ରାମ ରହୀମଙ୍କ ସହ ଅନ୍ୟ ତିନିଜଣ ଦୋଷୀ କୁଲଦୀପ ସିଂ, ନିର୍ମଲ ସିଂ ଏବଂ କୃଷ୍ଣ ଲାଲଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Leave a Reply