ଦିଲ୍ଲୀ ପରେ ଗୁରୁଗ୍ରାମ ଅଳିଆଗଦାରେ ନିଆଁ, ଅଣନିସ୍ୱାସୀ ହେଲେଣି ଲୋକେ

ନୂଆଦିଲ୍ଲୀ : ଦିଲ୍ଲୀ ଗାଜିପୁର ଆଳିଆଗଦା ନିଆଁ ଥଣ୍ଡା ନହେଉଣୁ ଏବେ ଗୁରୁଗ୍ରାମ ଏବଂ ଫରିଦାବାଦ ଆଳିଆଗଦାରେ ଲାଗିଲାଣି ନିଆଁ । ଗାଜିପୁରରେ ରବିବାରରୁ ଅଳିଆଗଦାରୁ  ଧୂଆଁ ଉଠୁଥିୁବା ଦେଖିବାକୁ ମିଳିଥିଲା  । ସନ୍ଧ୍ୟା ସୁଦ୍ଧା ନିଆଁ ଚାରିଆଡେ ବ୍ୟାପିଥିଲା  । ଅଗ୍ନିକାଣ୍ଡ ଏତେ ଭୀଷଣ ଥିଲା ଯେ ଆଇଇପି ଏକ୍ସଟେନସନ, ଗାଜିପୁର, ମୟୂର ବିହାର, ଖୋଡା ଓ ଇନ୍ଦିରାପୂରମ ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା  । ସ୍ଥାନୀୟ ବାସିନ୍ଦାଙ୍କୁ ନିଶ୍ବାସ ନେବାରେ ସମସ୍ୟା ହେବା ସହ ଆଖି ଜଳାପୋଡା ମଧ୍ୟ ହେଉଛି  ।

ସୂଚନା ଅନୁସାରେ, ଗାଜିପୁର ପରେ ଏବେ ମଙ୍ଗଳବାର ଭୋରରୁ ଗୁରୁଗ୍ରାମର ବନ୍ଧବାଡୀର ଅଳିଆଗଦାରେ ନିଆଁ ଲାଗି ଚାରିଆଡ ଧୂଆଁମୟ ହୋଇଥିବା ଦେଖିବାକୁ ମିଳିଛି । କୁଢ କୁଢ ଅଳିଆରେ ନିଆଁ ଖୁବ୍ ଶୀଘ୍ର ବ୍ୟାପୁଛି ଓ ଚାରିଆଡ ବିଷାକ୍ତ ଧୂଆଁରେ ଭରିଗଲାଣି । ପବନରେ ଧୂଆଁ ଅନେକ କିମି ଯାଏଁ ବ୍ୟାପି ଯାଉଛି । ଯାହା ଦ୍ୱାରା ସ୍ଥାନୀୟ ଲୋକ ଅନେକ ଅସୁବିଧା ଭୋଗୁଛନ୍ତି । ନିଆଁ ଲାଗିବା ସୂଚନା ପାଇ ଦମକଳ ବାହିନୀର ୧୦ଟି ଗାଡି ପହଞ୍ଚ ନିଆଁକୁ ଆୟତ କରିବାରେ ଲାଗିଛି।