spot_img

Latest Posts

ଦୃଢ଼ ଇଛାଶକ୍ତି ସାଙ୍ଗକୁ ମିଶନଶକ୍ତିର ସହାୟତା ପାଇଁ ଦିନ ମଜୁରିଆରୁ ଏବେ ସଫଳ ବ୍ୟବସାୟୀ

ଗୁଣୁପୁର: ଦିନେ ପେଟ ପାଟଣା ପାଇଁ ପର ଘରେ ମୂଲ ଲାଗିବାକୁ ପଡୁଥିଲା। ବର୍ତମାନ କିନ୍ତୁ ସମୟ ସ୍ରୋତରେ ସବୁ କିଛି ବଦଳି ଯାଇଛି। ଯିଏ ବଂଚିବା ପାଇଁ କାମ ଖୋଜୁଥିଲା ଆଜି ସେହି ମହିଳାମାନେ ଛେଳି ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ଦୃଢ ଇଚ୍ଛା ଶକ୍ତି ଓ ମିଶନ ଶକ୍ତିର ସହାୟତାରେ ଆଜି ଏହି ମହିଳାମାନେ ସ୍ବାବଲମ୍ବି ହୋଇପାରିଛନ୍ତି ।

ଦିନେ ଦିନ ମଜୁରିଆ ଥିଲେ । ଆଜି ସଫଳ ବ୍ୟବସାୟୀ । ଦିନେ ପେଟପାଟଣ ପାଇଁ ଅନ୍ୟର ହାତକୁ ଚାହିଁ ବସୁଥିଲେ । ଆଜି ନିଜେ ସ୍ବାବଲମ୍ବୀ । ଉପାନ୍ତ ଇଲାକାର ମହିଳାଙ୍କ ପାଇଁ ଆଜି ସାହା ହୋଇଛି ମିଶନ ଶକ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ମାନ୍ଦାଗୁଡା ଗାଁର ମହିଳାଙ୍କ ଜୀବନ ଧାରଣାରେ ଆସିଛି ସୁଧାର।ଦିନ ମଜୁରିଆ ଭାବେ ଜୀବନ ବିତାଉଥିବା ମହିଳାମାନେ ଏବେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନୂଆଁ ନୂଆଁ ଚାଷକୁ ଆପଣାଇଛନ୍ତି ।

୨୦୧୮ ମସିହାରେ ଗାଁର ୨୦ ଜଣ ମହିଳା ଏକାଠି ହୋଇ ଆରମ୍ଭ କରିଛନ୍ତି “ ମା ସମଲେଶ୍ବରୀ ଓ ମହାମୟୀ “ ନାମକ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀ” । ମିଶନ ଶକ୍ତି ମାଧ୍ୟମରେ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଲୋନ ଆଣି ଏସଏଚଜି ମହିଳା ମାନେ ଆରମ୍ଭ କରିଛନ୍ତି ଛେଳି ଚାଷ । ପ୍ରାଣୀ ସମ୍ପଦ ବିଭାଗ ଓ ମିଶନ ଶକ୍ତି ଆନୁକୂଲ୍ୟରେ ପ୍ରତି ଗୃପ ପିଛା ୩୨ ଗୋଟି ଛେଳି ପ୍ରଦାନ କରାଯାଇଛି। ବର୍ତମାନ  ଉଭୟ ଗୋଷ୍ଠୀ ସଦସ୍ୟାଙ୍କ ନିକଟରେ 90ରୁ ଅଧିକ ଛେଳି ରହିଛି । ପ୍ରତିବର୍ଷ ଏହି ମହିଳାମାନେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।

ପୂର୍ବରୁ ଏହି ଉପାନ୍ତ ଅଂଚଳର ମହିଳା ମାନେ ଦିନ ମଜୁରିଆ ଭାବେ ନିଜର ଭରଣ ପୋଷଣ କରୁଥିଲେ।  କିନ୍ତୁ ଗୃପ ଗଠନ ପରେ ଏଠାକାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଛେଳି ଚାଷ କରି  ସ୍ଵାବଲମ୍ବୀ ହୋଇପାରିଛନ୍ତି ।  ଆଗାମୀ ଦିନରେ ଏହି ଛେଳି ସବୁ ବିକ୍ରି ବଟା କରି ଲାଭବାନ ହେବାର ଲକ୍ଷ୍ୟ ରଖିଛନ୍ତି। ଏମାନଙ୍କୁ ମିଶନ ଶକ୍ତି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ଆର୍ଥିକ ସ୍ଥିତିରେ ସୁଧାର ଅଣାଯାଇ ପାରୁଛି ।

 

Latest Posts

Don't Miss