କାରରେ ଆସୁଥିଲେ, ଜଙ୍ଗଲରେ ଜୁଆ ଖେଳୁଥିଲେ…

ଗୁଣୁପୁର: ଗୁଣୁପୁର ପୋଲିସକୁ ବଡ଼ ସଫଳତା । ହାଇପ୍ରୋଫାଇଲ୍ ଜୁଆ ଆଡା ଉପରେ ଅତର୍କିତ ଚଢ଼ାଉ କରିଛି ଗୁଣପୁର ପୋଲିସ । ରେଗେଡା ଗାଁ ନିକଟ ଏକ କାଜୁ ଜଙ୍ଗଲରେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ।
ପୋଲିସ ୧୫ ଜଣଙ୍କୁ ଗିରଫ କରିବା ସହ ୧୨ଟି ଦାମୀ କାର୍, ଗୋଟିଏ ଅଟୋ ରିକ୍ସା, ୧୯ଟି ମୋବାଇଲ୍ ଫୋନ, ତାସ୍ ସହ ଜୁଆ ଖେଳରେ ବ୍ୟବହୃତ ରୟେଲ୍ସ କଏନ ଓ ୨ ଲକ୍ଷ ୨୫ ହଜାର ୯୯୦ ଟଙ୍କା ଜବତ କରିଛି ।
ସମସ୍ତ ଜୁଆଡି ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଓ ପାରଳାଖେମୁଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି । ଆଗକୁ ଆହୁରି ଏଭଳି ଜୁଆ ଖେଳ ଉପରେ ପୋଲିସ୍ ତୀକ୍ଷଣ ନଜର ରଖି ରେଡ୍ କରିବ ବୋଲି ପୋଲିସ ସୂଚନା ଦେଇଛି ।