spot_img

Latest Posts

ପୁଅକୁ ମେସେଜ କରି କୁଅକୁ ଡେଇଁ ପଡିଲେ ଶିକ୍ଷକ

ଗୁଣୁପୁର : ପୁଅକୁ ମେସେଜ କରି କୁଅକୁ ଡେଇଁ ପଡିଲେ ଶିକ୍ଷକ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଣୁପୁର ସହରର ଶିବଶକ୍ତି ନଗର ଲେନ୍-୨ରେ। ପୁଅ ବାପାଙ୍କୁ ଖୋଜାଖୋଜି କରିଥିଲେ। ସାହିରେ ଥିବା ଜନୈକ ବ୍ୟକ୍ତିଙ୍କ କୂଅ ପାଖରେ ଚପଲ ଦେଖିଥିଲେ। ବାପାଙ୍କୁ କୂଅ ଭିତରେ ପଡିଥିବା ଦେଖି ପାଟି କରିଥିଲେ। ସ୍ଥାନୀୟ ଲୋକେ ଗୁଣୁପୁର ଦମକଳବାହିନୀକୁ ସୂଚନା ଦେବା ପରେ ସେମାନେ ପହଞ୍ଚି ଉଦ୍ଧାର କରିଥିଲେ। ତାଙ୍କୁ ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ସେଠାରେ ଡାକ୍ତର ଶିକ୍ଷକଙ୍କୁ ମୃତ ଘୋଷଣା କରିଥିଲେ। ସେ ଗୁଡାରି ବ୍ଲକ୍ ଡିମିରିଗୁଡା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ ଆସି ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।। କିଛି ମାସ ତଳେ ତାଙ୍କ ଶରୀର ଅସୁସ୍ଥତା ହେତୁ ସେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଘଟଣାସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚି ଶବକୁ ଜବତ କରବା ସହି ଅପମୃତ୍ୟୁ ମାମାଲା ରୁଜୁ କରି ତଦନ୍ତ କରୁଛି। ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସ୍ ଅନୁମାନ କରୁଛି।

Latest Posts

Don't Miss