spot_img

Latest Posts

ଦୁଇ ବେଆଇନ କ୍ଲିନିକ୍ ସିଲ୍ କଲା ସ୍ବାସ୍ଥ୍ୟ ବିଭାଗ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁରରେ ୨ଟି ବେଆଇନ କ୍ଲିନିକ ଉପରେ ଚଢ଼ାଉ । ଉପଜିଲ୍ଲାପାଳ ଦୁଧାଇ ଅଭିଷେକ ଦିଲୀପ ଗୁଡାରି ସହରର ୨ଟି ବେଆଇନ କ୍ଲିନିକ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ କରି ଉଭୟ କ୍ଲିନିକରେ ତାଲା ପକାଇ ଚାବି କାଠି ନେଇଯାଇଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେବା ପରେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଉଭୟ କ୍ଲିନିକର ଯାଞ୍ଚ କରିଥିଲେ । ଗୋଟିଏ କ୍ଲିନିକରେ ତାଲା ପକେଇବା ସହ ଅନ୍ୟ ଗୋଟିଏ କ୍ଲିନିକ ଓ ସଂଲଗ୍ନ ଔଷଧ ଦୋକାନରେ ତାଲା ପକାଇ ସିଲ୍ କରିଥିଲେ । ଏସମ୍ପର୍କରେ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଶ୍ରିନିବାସ, ମଣିକାଣ୍ଟା ନାମରେ ଦୁଇଟି କ୍ଲିନିକ ବେଆଇନ ବେଆଇନ ଭାବେ ଚାଲିଥିଲା । ଏହା ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

Latest Posts

Don't Miss