ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରୀଙ୍କୁ ଛୁରାମାଡ ଅଭିଯୋଗ

ଗୁଣୁପୁର: ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରୀଙ୍କୁ ଛୁରାମାଡ। ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୁମୁଡା ଦ୍ରୌପଦୀ ବିଦ୍ୟାପୀଠର ଜଣେ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ। ଜଗନ୍ନାଥ ମନ୍ଦିର ରାସ୍ତାରେ ଛାତ୍ରୀଙ୍କୁ ଅଭିଯୁକ୍ତ ଯୁବକ ଛୁରାମାଡ଼ କରିଥିବା ଜଣାପଡ଼ିଛି ।
ତେବେ ଛାତ୍ରୀଙ୍କ ବେକରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୀଡ଼ିତା ଯୁକ୍ତ ଦୁଇ କଳା ବିଭାଗର ଛାତ୍ରୀ । ପୋଲିସ ଘଟଣସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଅଟକ ରଖିଥିବା ସୂଚନା।