ବାହାଘର ବେଳେ ଫୁଟିଲା ଗୁଳି ; ସାଇଡ ମରାକୁ ନେଇ ତୁମୁଳକାଣ୍ଡ

ଯାଜପୁର: ବାହାଘର ବେଳେ ଫୁଟିଲା ଗୁଳି । ବାହାଘରରେ ବରାଯାତ୍ରୀ ପାଲଟିଲେ ରାବଣ । ଶୁଭ କାମରେ ଫୁଟେଇଲେ ଗୁଳି । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳି ମାଡ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ମହାବିନାୟକ ପୀଠରେ । ବରଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ କିଛି ଲୋକ ଆହତ ହୋଇଛନ୍ତି । ଗତକାଲି ମହାବିନାୟକ ଶୈବପୀଠରେ ବାହାଘର ଚାଲୁଥିଲା । ଏହି ସମୟରେ ଗାଡି ସାଇଡ ମରାକୁ ନେଇ ବାଜବାଟିରୁ ଆସିଥିବା ବରଯାତ୍ରୀଙ୍କ ସହ ସ୍ଥାନୀୟ ଅଞ୍ଚଳରେ ବିବାହ ହେଉଥିବା କିଛି ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା ।
ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହେବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଥିରେ କିଛି ଲୋକ ଆହତ ହୋଇଛନ୍ତି । ଗଣ୍ଡଗୋଳରେ ଫାଙ୍କା ଗୁଳିଚାଳନା ମଧ୍ୟ ହୋଇଥିବା କୁହାଯାଉଛି । ଘଟଣାସ୍ଥଳକୁ କିଛି ଖୋକା ଜବତ ହୋଇଛି । ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।