ଭିଜିଲାନ୍ସ ଜାଲରେ ବିଇଓ, ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ନେଉଥିଲେ ଲାଞ୍ଚ

ଗୁଣପୁର: ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ । ଗୁଣପୁର ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ଅନ୍ତର୍ଯ୍ୟାମୀ । ବିଇଓଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ବକେୟା ଦେବା ଓ ସର୍ଭିସ୍ ବୁକ୍ ଫାଇନାଲାଇଜେସନ୍ ପାଇଁ ବିଇଓ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଉ ପୂର୍ବ ଯୋଜନା ମୁତାବକ ବିଇଓ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା । ଏନେଇ କୋରାପୁଟ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।