କୁମାରୀଙ୍କ ଜହ୍ନୀ ଓଷା

ବ୍ରହ୍ମପୁର: କୁମାର ପୂର୍ଣ୍ଣମୀରେ ଚଉଁରା ମୂଳେ କୂଆଁରୀଙ୍କ ଭିଡ଼। ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । କୁମାର ପୂର୍ଣିମାରେ ଗଞ୍ଜାମ ଜିଲ୍ଲାର ପ୍ରତିଟି ଗାଁରେ ଜହ୍ନୀ ଓଷା ପାଳୁଛନ୍ତି କୁମାରୀ । ଭାଦ୍ରବ ପୂର୍ଣ୍ଣିମା ଠାରୁ ଆଶ୍ବିନ ପୂର୍ଣ୍ଣିମା ଦୀର୍ଘ ଏକ ମାସ ଧରି ସୂର୍ଯ୍ୟ ଅସ୍ତ ହେଲା ପରେ ମାତା ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି କୁମାରୀ ।

ହୁଳ ହୁଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଚଉଁରା ମୂଳେ କୂଆଁରୀଙ୍କ ଭିଡ଼ । ଠାକୁର ବହି ପଢାରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । କୁମାର ପୂର୍ଣିମାରେ ଆଜି ଗଞ୍ଜାମ ଜିଲ୍ଲାର ପ୍ରତିଟି ଗାଁରେ ଜହ୍ନୀ ଓଷା ପାଳୁଛନ୍ତି କୁମାରୀ । ଭାଦ୍ରବ ପୂର୍ଣ୍ଣିମା ଠାରୁ ଆଶ୍ବିନ ପୂର୍ଣ୍ଣିମା । ଦୀର୍ଘ ଏକ ମାସ ଧରି ସୂର୍ଯ୍ୟ ଅସ୍ତ ହେଲା ପରେ ମାତା ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି କୁମାରୀ ମାନେ । ମାତା ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କଲେ ନିଜ ଭାଇ ସହ ପରିବାର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି । କୁମାର ପୂର୍ଣ୍ଣିମାରେ  ବଡି ଭୋରରୁ ବ୍ରତଧାରି କୁଆଁରୀ ଝିଅ ମାନେ ଚଉଁରା ଚାରିପଟେ ରଙ୍ଗମାଟି ଲିପି ଝୋଟି ପକାଇ କଳସଧରି ନଦୀ କିମ୍ବା ବଂଧରୁ ପାଣି ଆଣି ତୁଳଶୀ ଗଛରେ ପାଣି ଦେଇଥାନ୍ତି । ବିଭିନ୍ନ ନୀତିକାନ୍ତି ପରେ ସଂଧ୍ୟାରେ ମା ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି କୁମାରୀ ।

ବିଗତ ମାସେ ଧରି କୁମାରୀମାନେ ଏହି ଓଷା ପାଳିଆସୁଛନ୍ତି । ଶେଷ ଦିନ ଅର୍ଥାତ କୁମାର ପୂର୍ଣ୍ଣିମା  ଦିନ   ମାତା ବୃନ୍ଦାବତୀଙ୍କ ନିକଟରେ ବସାଇ ଥିବା କଳଷ ଗୁଡିକୁ ବ୍ରତଧାରୀ ମାନେ ଏକ ବିରାଟ ପଟୁଆରରେ ଯାଇ ନଦୀରେ ଭସାଇ ବିସର୍ଜନ କରିଥାନ୍ତି । ହେଲେ ଆଜି ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଯୋଗୁ ଦିନରୁ ହିଁ ସମସ୍ତ ପୂଜାବିଧି ଶେଷ କରିଛନ୍ତି କୁମାରୀ ।