ମାଛ ଚାଷରୁ ହେଉଛି ଭଲ ରୋଜଗାର

1 min read

ବ୍ରହ୍ମପୁର: ମାଛ ଚାଷରୁ ହେଉଛି ଭଲ ରୋଜଗାର। ୟୁଟ୍ୟୁବ ଦେଖି ମାଛ ଚାଷ ଆରମ୍ଭ କରିଥିଲେ ଗଞ୍ଜାମ ଆସିକା କର୍ପୁର ନୁଆଁଗାଁର ମହିଳା କୁମାରୀ ଦଳାଇ  । ବାୟୋଫ୍ଲକ ପ୍ରୋଜେକ୍ଟ ମାଧ୍ୟାମରେ ହେଉଛି ମାଛ ଚାଷ । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଛି ସହଯୋଗ। ମାଛ ଚାଷ କରି ମହିଳା ସ୍ବାବଲମ୍ବୀ । ୟୁଟ୍ୟୁବ ଦେଖି ମାଛ ଚାଷକୁ ଆପେଣଇଛନ୍ତି ମହିଳା। ନିଜେ ରୋଜଗାର କରିବା ସହ ଅନ୍ୟ ୫ ଜଣ ମହିଳାଙ୍କୁ ମାଛ ଚାଷରେ ନିୟୋଜିତ କରିଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର କର୍ପୁର ନୁଆଁଗାଁର ମହିଳା କୁମାରୀ ଦଳାଇl ବାୟୋଫ୍ଲକ ପ୍ରୋଜେକ୍ଟ ମାଧ୍ୟାମରେ କରୁଛ୍ତି ମାଛ ଚାଷ । ମାଛ ଚାଷରେ ସାହାଯ୍ୟ କରୁଛନ୍ତି ପୁଅ ।

ୟୁଟ୍ୟୁବ ଦେଖି ମାଛ ଚାଷ ପାଇଁ ଆଗେଇଥିଲେ କୁମାରୀ । ଅଧ ଏକର ଜମିରେ ୫ଟି ବୟୋଫ୍ଲେକ ପ୍ରୋଜେକ୍ଟ କରି ବିଭିନ୍ନ ପ୍ରକାର ମାଛ ଚାଷ କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ମାଛ ଚାଷ କରିବା ପ୍ରଣାଳୀ ମଧ୍ୟ୍ୟ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆ ଯାଇଛି । ସେପଟେ ମାଛ ଚାଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିବା କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ ।