କାବୁଲ ବିମାନବନ୍ଦରର ପ୍ରବେଶ ପଥରେ ଆଖିବୁଜା ଗୁଳିମାଡ଼

Gunfire rings out near entrance of Kabul airport

କାବୁଲ: ଆଫଗାନିସ୍ତାନର ପରିସ୍ଥିତି ବେଶ୍ ଚିନ୍ତାଜନକ ରହିଛି । ତାଲିବାନ କବଜା ପରେ ଆଫଗାନିସ୍ତାନରେ ଆତଙ୍କୀ ସଂଗଠନ ସକ୍ରିୟ ହୋଇ ଯାଇଛନ୍ତି । କାବୁଲ ଏୟାରପୋର୍ଟ ନିକଟରେ ଦୁଇ ଦୁଇଟି ବିସ୍ଫୋରଣର ଦୁଇ ଦିନ ପରେ ଆଜି ପୁଣି ଏଣ୍ଟ୍ରି ଗେଟରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି ।

ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଫାୟାରିଂ ପରେ ସେଠାରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଜୀବନ ବଞ୍ଚାଇବାକୁ ଯିଏ ଜୁଆଡ଼େ ପାରିଲା ଧାଇଁବାରେ ଲାଗିଛନ୍ତି । ଆଫଗାନିସ୍ତାନ ଛାଡ଼ି ଚାଲିଯିବାକୁ କାବୁଲ ବିମାନବନ୍ଦରରେ ହଜାର ହଜାର ଲୋକ ଭିଡ଼ ଜମାଇଥିବା ବେଳେ ପୁଣିଥରେ ଆକ୍ରମଣ ଚିନ୍ତା ବଢ଼ାଇ ଦେଇଛି ।

ଦୁଇ ଦିନ ତଳେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଆମେରିକୀୟ ସୈନିକ ପ୍ରାଣ ହରାଇଥିଲେ । ହଜାରେରୁ ଅଧିକ ଲୋକ ମଧ୍ୟ ଆହତ ହୋଇଥିଲେ । ଏହି ଆକ୍ରମଣ ଆଇଏସ୍ଆଇଏସ୍ କରିଥିଲା ।

Leave a Reply