ପଶ୍ଚିମବଙ୍ଗ ଆସନସୋଲ ସେନେରାଲର ହୋଟେଲରେ ଗୁଳିମାଡ଼, ହୋଟେଲରେ ପଶି ମାଲିକଙ୍କୁ ୫ ରାଉଣ୍ଡ ଫାୟାରିଂ

କୋଲକାତା: ହୋଟେଲରେ ପଶି ମାଲିକଙ୍କୁ ୫ ରାଉଣ୍ଡ ଗୁଳି ଚାଳନା । ଦୁର୍ବୃତ୍ତ ଫେରାର, ସିସିଟିଭିରେ କଏଦ ହୋଇଛି ହତ୍ୟାର ଦୃଶ୍ୟ । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ପଶ୍ଚିମବଙ୍ଗର ଆସାନସୋଲ ଜିଲ୍ଲା ସେନେରାଲ୍ ରୋଡରେ ଥିବା ଏକ ହୋଟେଲରେ ପଶି ମାଲିକ ଅରବିନ୍ଦଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ହୋଟେଲରେ ଅନ୍ୟ ଦୁଇ ଲୋକଙ୍କ ସହ ଆଲୋଚନା କରୁଥିବା ବେଳେ ଅଚାନକ ହୋଟେଲ ଭିତରେ ଦୁର୍ବୃତ୍ତ ଅରବିନ୍ଦଙ୍କ ପେଟ ଓ ଛାତିକୁ ୫ ରାଉଣ୍ଡ ଗୁଳିକରି ଫେରାର ହୋଇ ଯାଇଛନ୍ତି । ଗୁରୁତର ଓ ରକ୍ତାକ୍ତ ଅବସ୍ଥାରେ ହୋଟେଲ ମାଲିକ ଅରବିନ୍ଦଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।