ବୌଦ୍ଧରେ ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ଗୁଳିବିନିମୟ

1 min read

ବୌଦ୍ଧ: ପୁଣି ବୌଦ୍ଧ ଜିଲ୍ଲାରେ ମାଓବାଦୀ ସକ୍ରିୟ । ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଅଞ୍ଚଳର ନଳୀକୁପା ଗାଁ ପାଖ ପେନାଜୋର  ଜଙ୍ଗଲରେ ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଦେଢ଼ ଘଣ୍ଟା ହେଲା ଚାଲିଛି ଗୁଳିବିନିମୟ ।  ଦୁଇଟି ଟିମ ରେ ୬୦ଜଣ ଏସଓଜି ଯବାନ ଅପରେସନରେ ସାମିଲ । ଉଭୟ ପକ୍ଷରୁ ମୃତ ଆହତ ସମ୍ପର୍କରେ ସୂଚନା ମିଳି ପାରି ନାହିଁ ।

ଅନ୍ୟପଟେ କନ୍ଧମାଳ ଜିଲ୍ଲାରେ ଦୁଇଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇଜଣଙ୍କ ନାଁ ରଞ୍ଜିତ ନାୟିତମ ଏବଂ ରଙ୍ଗା ପୋୟମ । ଉଭୟ ଛତିଶଗଡ଼ର । ରଞ୍ଜିତ ନାୟିତମ ଏବଂ ରଙ୍ଗା ପୋୟମ ଓଡିଶା ଏବଂ ଛତିଶଗଡ଼ରେ ଵିଭିନ୍ନ  ହିଂସାକାଣ୍ଡରେ ଲିପ୍ତ ଥିଲେ । ଆଜି ପୋଲିସ ଡିଜି ସୁନୀଲ ବଂଶଲଙ୍କ ଫୁଲବାଣୀ ଗସ୍ତ ସମୟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ମାଓ ଦମନ ଅପରେସନ ନେଇ ଆଜି ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଫୁଲବାଣୀ ଏସପି  ଅଫିସରେ ବୈଠକ ବସିଥିଲା । ଡାଇରେକ୍ଟର ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା, ଏଡିଜି ଦେବବ୍ରତ ସିଂ ଓ ଡିଆଇଜି ଉମା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।