ବ୍ଲକ ଘେରାଉ ନାଁରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି

ଚାନ୍ଦବାଲି : ବ୍ଲକ ଘେରାଉ ନାଁରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେପି ଗୁଣ୍ଡାରାଜର ପର୍ଦ୍ଦାଫାସ  ହୋଇଛି । ବ୍ଲକ ଘେରାଉ କରିବାକୁ ଯାଇ ଆଇନଶୃଙ୍ଖଳାକୁ ଦଳି ଚକଟି ନୀତି ନୈତିକତାର ସବୁ ସୀମା ପାର କରି ଯାଇଛନ୍ତି ବିଜେପିର ନେତା ଓ କର୍ମୀ । ଚିତ୍ର ଦେଖିଲେ ଲାଗୁଛି ରକ୍ତମୁକା ହୋଇଉଠିଛି ଚାନ୍ଦବାଲି ବିଜେପି । ଖୋଦ ରାଜ୍ୟ ବିଜେପି ସଭାପତିଙ୍କ ଉସ୍ଥିତିରେ ଏଭଳି ଆତଙ୍କରାଜ ଚାଲିଥବା ଦେଖିବାକୁ ମିଳିଛି । ଶାନ୍ତି ସୃଙ୍ଖଳାର ସହ ପ୍ରତିବାଦ କରିବାକୁ କାହାକୁ ମନା ନାହିଁ କିନ୍ତୁ ଚାନ୍ଦବାଲି ବିଜେପି ଅାଜି ସବୁ ସିମା ପାର କରିଯାଇଛି ।

ପୋଲିସର ବାରଣ ସତ୍ବେ ଗେଟ୍ ଭାଂଗି ବ୍ଲକ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ବିଜେପି କର୍ମୀ । ଢେଲା ପଥର ମାଡ଼ କରି ବ୍ଲକର କାର୍ଯ୍ୟାଳୟରେ ବ୍ୟାପକ ଭଂଗାରୁଜା କରିଛନ୍ତି । ବିଜେପି କର୍ମୀଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଏସଡିପିଓ ଦେବୀ ଶଙ୍କର ପ୍ରତାପ ଓ ଆଇଆଇସି ପଞ୍ଚାନନ ମହାନ୍ତି ଉଭୟଙ୍କ ଚାନ୍ଦବାଲି ମେଡିକାଲକୁ ପଠାଯାଇଥିବା ସୂଚନା ରହିଛି ।