ତୁଳସୀ ପାହାଡରେ କମ୍ୱିଂ ଅପରେସନ, ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ତୁଳସୀ ପାହାଡ଼ରେ ପୁଣି ଗୁଳିବିନିମୟ । କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା ବାହିନୀ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ଗୁଳି ବିନିମୟରେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଡିଭିଏଫ ଓ ଏସଓଜି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି । ଦୁଇ ଦିନ ପୂର୍ବରୁ ମାଲକାନଗିରି ମାଥିଲି ତୁଳସୀ ପାହାଡ଼ରେ ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ ।

ସେପଟୋ ପୋଲିସର କଡ଼ା ପ୍ରହରା ମାଓମୁକାବିଲା ଋଣନିତୀ ଦିନକୁ ଦିନ ସଫଳ ହେବାରେ ଲାଗିଛି  । ନିକଟରେ ମାଓବାଦୀଙ୍କ ଦୁର୍ଗ ଭୁସୁଡ଼ାଇବାରେ ସଫଳ ହେବାରେ ଲାଗିଛି ପୋଲିସ  । ମାଓ ଗତିବିଧି ଉପରେ ନଜର ରଖିବା ସହ ଅନେକ ଉପାନ୍ତ ଅଞ୍ଚଳରେ ମାଓବାଦୀଙ୍କୁ ନିପାତ କରିବାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ  । ତେବେ ଏବେ ମଧ୍ୟ  ତୁଳସୀ ପାହାଡ଼ରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ଜାରି ରହିଛି  ।

Leave a Reply