ଗୁଜରାଟ ଦ୍ଵାରକାରେ ବର୍ଷା ବିତ୍ପାତ, ବୁଡ଼ି ରହିଛି ଶହ ଶହ ଏକର ଜମି

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ଦ୍ଵାରକାରେ ବର୍ଷା ବିତ୍ପାତ। ପାଣିରେ ବୁଡିଛି ଶହ ଶହ ଏକର ଚାଷ ଜମି। ପୋରବନ୍ଦର ଓ ଜୁନାଗଡ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଜୁନାଗଡ଼ରେ ୧୨ ଘଣ୍ଟା ମଧ୍ୟରେ ୩୩୧ ମିଲିମିଟର ବର୍ଷା ହୋଇଛି। ସେହିପରି ପୋବବନ୍ଦରରେ ମଧ୍ୟ ବର୍ଷାରୁ ନାହିଁ ନଥିବା ସ୍ଥିତି ଉପୁଜିଛି। ପାଣିରେ ଫସିଥିବା ୪୬ ଜଣ ପିଲାଙ୍କୁ ଉଦ୍ଧାର କରିଛି ଏନଡିଆରଏଫ୍ ଟିମ। ମୁମ୍ବାଇରେ ଗତକାଲି ୧୦୭.୪ ମିମି ବର୍ଷା ହୋଇଛି। ଠାଣେରେ ପାଣି ଭର୍ତ୍ତି ଖଣିରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପାଲଘର ବନ୍ୟାରେ ଫସି ରହିଥିବା ୪୨ ଜଣ ଶ୍ରମିକଙ୍କୁ ଏନଡିଆରଏଫ ମଧ୍ୟ ଉଦ୍ଧାର କରିଛି। ଲୋକେ ଘର ମଧ୍ୟରେ ଫସି ରହିଛନ୍ତି। ଉଦ୍ଧାରକାରୀ ଦଳ ଲୋକଙ୍କୁ ରେସକ୍ୟୁ ବୋଟ ଜରିଆରେ ଉଦ୍ଧାର କରିଛନ୍ତି। ଜୁନାଗଡ଼ ଅଂଚଳରେ ୬୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପୋରବନ୍ଦରରେ ୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଜୁନାଗଡ ବନଥଲି ଅଂଚଳରେ ୨୭୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେପଟେ ମହାରାଷ୍ଟ୍ର ନାସିକରେ ପ୍ରବଳ ବର୍ଷାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ଗଙ୍ଗାପୁର ଡ୍ୟାମରୁ ପ୍ରବଳ ମାତ୍ରାରେ ପାଣି ଛାଡିବାରୁ କୃଷ୍ଣା ନଦୀର ଜଳସ୍ତର ବୃଦ୍ଧି ପାଇଛି। ନାସିକର ଆଖପାଖ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।….