spot_img

Latest Posts

ଗୁଜୁରାଟରେ ପ୍ରକୃତିର ତାଣ୍ଡବ, ଜଳ ପ୍ରଳୟରେ ଗଲାଣି ୨୮ ଜୀବନ

ନନ୍ଦିଘୋଷ ବ୍ୟୁରୋ: ପାଣି ପାଣି ଗୁଜୁରାଟ । ରାଜ୍ୟରେ ପ୍ରବଳ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ପ୍ରକୃତିର ଏହି ତାଣ୍ଡବରେ ଶେଷ ଖବର ସୁଦ୍ଧା ୨୮ ଜଣଙ୍କ ଜୀବନ ଯାଇଛି । ୩ ଦିନର ଲଗାଣ ବର୍ଷାରେ ବେହାଲ ହୋଇଛି ଗାଁଠୁ ସହର । ରାଜରାସ୍ତାଠାରୁ ଆରମ୍ଭ କରି କାର୍ଯ୍ୟାଳୟ ସବୁଆଡ଼େ ଜଳ ପଳୟର ଭୟଙ୍କର ସ୍ଥିତି ଉପୁଜିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଆଗାମୀ ୫ ଦିନ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି । ପ୍ରଶାସନ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ଏବେ ମଧ୍ୟ ଅନେକ ଲୋକ ଜଳବନ୍ଦୀରେ ରହିଛନ୍ତି ।

ସୌରାଷ୍ଟ୍ର ଅଞ୍ଚଳର ବହୁ ଜିଲ୍ଲାରେ ସ୍ଥିତି ସାଂଘାତିକ। ରିଲିଫ ଓ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି ଆର୍ମି ଓ ଏନଡିଆରଏଫ୍। ତେବେ ଆଜିଠାରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାରୁ ଆଶ୍ଵସ୍ତି ପ୍ରକାଶ ପାଇଛି। ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ପ୍ରତିଶୃତି ଦେଇଛନ୍ତି। ଦ୍ଵାରକା, ଆନନ୍ଦ, ବଡ଼ୋଦରା, ଖେଦା, ମୋରବି, ରାଜକୋଟ ଜିଲ୍ଲାରେ ମୁତୟନ ପାଇଁ ଆହୁରି ଅଧିକ ୬ କଲମ୍ ସେନା ମାଗିଛନ୍ତି ଗୁଜରାଟ ସରକାର। ୧୪ ପ୍ଲାଟୁନ ଏନଡିଆରଏଫ୍ ଓ ୨୨ ପ୍ଲାଟୁନ ଏସଡିଆରଏଫ୍ ରିଲିଫ ଓ ଉଦ୍ଧାର କାମରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି।

Latest Posts

Don't Miss