spot_img

Latest Posts

ନିଟ୍‌ ଠକେଇର ପର୍ଦ୍ଦାଫାସ, ୨୭ ପରୀକ୍ଷାର୍ଥୀଙ୍କ ଠୁ ପ୍ରତ୍ୟେକ ପିଛା ନେଇଥିଲେ ୧୦ ଲକ୍ଷ

ଗାନ୍ଧୀନଗର: ନିଟ-ୟୁଜି ନାମରେ ଚାଲିଥିବା ଏକ ସ୍କାଣ୍ଡାଲର ପର୍ଦ୍ଦାଫାସ କରିଛି ଗୁଜରାଟ ଗୋଧ୍ରା ପୋଲିସ। ୫ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୨ କୋଟି ୩୦ ଲକ୍ଷ ଟଙ୍କାର ଚେକ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ଯରେ ଅଛନ୍ତି ଜଣେ ଶିକ୍ଷକ ଓ ସ୍କୁଲର ପ୍ରିନସିପାଲ ଓ ଜଣେ ବିଜେପି ନେତା। ।

ସୂଚନା ଅନୁସାରେ ତୁଷାର ଭଟ୍ଟ, ପ୍ରିନ୍ସିପାଲ ପୁରୁଷୋତ୍ତମ ବର୍ମା, ପୁରୁଷୋତ୍ତମ ରୟ, ଅରିଫ ଭୋରା ଓ ବିଭୋର ଆନନ୍ଦଙ୍କୁ ଗିରଫ କରାଯାଇଛି। ଅରିଫ ଭୋରା ଜଣେ ବିଜେପି ନେତା ବୋଲି ଜଣାଯାଇଛି। ସେପଟେ ବିହାର ଅର୍ଥନୈତିକ ଅପରାଧ ୟୁନିଟ ବା ଇଓୟୁ ନିକଟରେ କେତେକ ପରୀକ୍ଷାର୍ଥୀଙ୍କ ସବିଶେଷ ତଥ୍ଯ ଦାଖଲ କରିଛି ଏନଟିଏ।

ପରୀକ୍ଷାର୍ଥୀଙ୍କ ସହ ଏକ ନିର୍ଦ୍ଦିଷ୍ଟ ଗ୍ଯାଙ୍ଗର ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଏହି ଗ୍ଯାଙ୍କ ପ୍ରଶ୍ନପତ୍ର ଲିକ କରିଛି କି ନାହିଁ ତାହାର ଯାଞ୍ଚ କରୁଛି ଇଓୟୁ। ବର୍ତ୍ତମାନ ସୁଦ୍ଧା ପେପର ଲିକ୍ ଘଟଣାରେ ପୋଲିସ ୧୩ ଜଣଙ୍କୁ ଗିରଫ କରିଛି। ନିଟ-ୟୁଜି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ଲାଗି ଗୁଜରାଟ ପଞ୍ଚମହଲ ଜିଲ୍ଲାର ଗୋଧ୍ରାସ୍ଥିତ ଜଲରାମ ସ୍କୁଲର ପ୍ରିନ୍ସପାଲ ଉଦ୍ଯମ କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।

ଜିଲ୍ଲାପାଳଙ୍କ ଅଭିଯୋଗ କ୍ରମେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ସେପଟେ ପୁଣି କେତେକ ଛାତ୍ର ନିଟ ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିବା ସୂଚନା ମିଳିଛି। ତେଣେ କେରଳ ଥିରୁବନନ୍ତପୁରମରେ ନିଟ୍ ଅନିୟମିତତା ପ୍ରତିବାଦରେ କଂଗ୍ରେସ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି।

Latest Posts

Don't Miss