‘କୃଷକ ନୁହେଁ କଂଗ୍ରେସ କରୁଛି ଭାରତ ବନ୍ଦ, ସହଯୋଗ କଲେ କାର୍ଯ୍ୟାନୁଷ୍ଠାନ’

ଗାନ୍ଧୀନଗର: ଗୁଜରାଟରେ ପାଳନ ହେବ ନାହିଁ ଭାରତ ବନ୍ଦ । କୃଷି ଆଇନ ବିରୋଧରେ ଚାଷୀ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ପ୍ରତ୍ୟାଖାନ କରିଛି ଗୁଜରାଟ । ରାଜ୍ୟରେ ଭାରତ ବନ୍ଦକୁ ପାଳନ କରାଯିବ ନାହିଁ ବୋଲି ଖୁଲମଖୋଲା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ୮ ଡିସେମ୍ବରରେ ଯଦି କେହି ରାଜ୍ୟରେ ଧର୍ମଘଟ କିମ୍ବା ଯାନବାହନ ଚଳାଚଳରେ ବ୍ୟାଘାତ ସୃଷି କରେ,  ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।

କୃଷକଙ୍କ ନାମକୁ ବ୍ୟବହାର କରି କଂଗ୍ରେସ ରାଜନୀତି କରୁଛି । କୃଷକ ନୁହେଁ ବଂର କଂଗ୍ରେସ ଭାରତ ବନ୍ଦ କରୁଥିବା ଅଭିଯୋଗ ଆଣିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ । ଯେଉଁ କଂଗ୍ରସ ଦିନେ କୃଷକ ଆଇନରେ ପରିବର୍ତ୍ତନ ଆଣିବା ନେଇ ନିର୍ବାଚନୀ ଇସ୍ତାହାରରେ ପ୍ରସ୍ତାବ ରଖିଥିଲା । ସେହି ସମାନ ଆଇନକୁ କାହିଁକି  ଅସମର୍ଥ କରୁଛି । ଏବଂ ଅଯଥା ଚାଷୀଙ୍କ ନାମରେ କଂଗ୍ରେସ ରାଜନୀତି କରୁଥିବା କହିଛନ୍ତି ରୂପାନୀ ।

କଂଗ୍ରେସର ଏହି ଚକ୍ରାନ୍ତକୁ ଗୁଜରାଟ ସରକାର କଦାପି ସଫଳ କରାଇଦେବେ ନାହିଁ । ଯଦି କୌଣସି ସରକାର ରାଜ୍ୟରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରନ୍ତି, ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ରାଜ୍ୟ ସରକାର କୌଣସି ମତେ ଡିସେମ୍ବର ୮ର ଭାରତ ବନ୍ଦକୁ ପ୍ରସୟ ଦେବ ନାହିଁ ବୋଲି କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ।

Leave a Reply