spot_img

Latest Posts

ଗୁଜରାଟ ଦାହୁଦରେ ଭୟଙ୍କର ଅଗ୍ନିକାଣ୍ଡ : ୪ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ଦାହୁଦରେ ଭୟଙ୍କର ଅଗ୍ନିକାଣ୍ଡ। ନିର୍ମାଣାଧୀନ ୭୦ ମେଗାୱାଟ ସୋଲାର ପାୱାର ପ୍ଲାଣ୍ଟରେ ଘଟିଛି ଅଘଟଣ। ଅଗ୍ନିକାଣ୍ଡରେ ପ୍ରାୟ ୪ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବହୂ ମୂଲ୍ୟବାନ ଯନ୍ତ୍ରାଂଶ ପୋଡିଯାଇଛି। ଗ୍ରୀନ ଏନର୍ଜି ପ୍ରୋଜେକ୍ଟର ଅଂଶ ବିଶେଷ ଭାବେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଉଥିଲା। ଦାହୁଦ ଜିଲ୍ଲା ଅନ୍ତର୍ଗତ ଭାତିୱାଡା ଗ୍ରାମରେ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପ୍ରବଳ ପବନ ଯୋଗୁ ନିଆଁକୁ ଆୟତ୍ତ କରିବା କଷ୍ଟସାଧ୍ୟ ହୋଇଥିଲା। ଅଗ୍ନିକାଣ୍ଡରେ ବହୁ ସୋଲାର ପ୍ୟାନେଲ, ଟ୍ରାନ୍ସଫର୍ମର ଓ କେବୁଲ ଜଳିଯାଇଛି। ପ୍ଲାଣ୍ଟରେ ଗଚ୍ଛିତ ଥିବା ପ୍ରାୟ ୯୫ ଭାଗ ସାମଗ୍ରୀ ନଷ୍ଟ ହୋଇଛି। ଅଗ୍ନିକାଣ୍ଡ ଘଟିବା ମାତ୍ରେ ଏନଟିପିସିର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିଲେ। ଅଗ୍ନିଶମ ବାହିନୀ ବି ନିୟୋଜିତ ହୋଇଥିଲେ। ମାତ୍ର ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରି ନଥିଲା। ସେପଟେ ଅଗ୍ନିକାଣ୍ଡ ପଛରେ ସ୍ଥାନୀୟ ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି। ସିସିଟିଭି ଆଧାରରେ ପୋଲିସ ତଦନ୍ତ ଜାରି ରହିଛି। ପ୍ଲାଣ୍ଟର କାମକୁ ସ୍ଥାନୀୟ ଲୋକ ବିରୋଧ କରିଆସୁଥିଲେ ।

Latest Posts

Don't Miss