୧୪୮ ବର୍ଷରେ ଗୁଜୁରାଟ ରଥଯାତ୍ରା, ୨୨ ହଜାରରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ମୁତୟନ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ବି ରଥଯାତ୍ରା ଫିଭର  । ୧୪୭ତମ ରଥଯାତ୍ରା ଅହମ୍ମଦାବାଦରେ ପାଳନ ହୋଇଛି  । ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ରଥାରୂଢ ଠାକୁରଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି  । ପରମ୍ପରା ଅନୁସାରେ ୪୦୦ ବର୍ଷ ପୁରୁଣା ଜଗନ୍ନାଥ ମନ୍ଦିରରୁ ମହାପ୍ରଭୂ ରଥାରୂଢ ହୋଇ ଶୋଭାଯାତ୍ରାରେ ବାହାରିବେ  । ଏହି ଶୋଭାଯାତ୍ରାରେ ୧୮ ସୁସଜ୍ଜିତ ହାତୀ, ୧୦୦ ଟ୍ରକ ଓ ୩୦ ଆଖଡା ସାମିଲ ହେବେ  ।

ତିନି ଠାକୁରଙ୍କ ରଥ ଖଲାସୀ ସମ୍ପ୍ରଦାୟ ଟାଣିବେ ବୋଲି ପରମ୍ପରା ରହିଆସିଛି  । ରଥରେ ମହାପ୍ରଭୁଙ୍କୁ ଦରପ୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି  । ପାଖାପାଖି ୨୨ ହଜାରରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ରଥଯାତ୍ରା ପାଇଁ ମୁତୟନ ହୋଇଛନ୍ତି  । ଉତ୍ତର ପ୍ରଦେଶର ହାଥରସ ଭଳି ଅଘଟଣକୁ ରୋକିବାକୁ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି  । ପୋଲିସ ୨୦ ଟି ଡ୍ରୋନ ସମେତ ବେଲୁନ କ୍ୟାମେରାର ବ୍ୟବହାର କରୁଛି  ।

ରଥଟଣା ହେବାକୁ ଥିବା ସମସ୍ତ ରୁଟ୍‌ରେ ପ୍ରାୟ ୧୪୦୦ ରୁ ଊର୍ଦ୍ଧ୍ବ ସିସିଟିଭି କ୍ୟାମେରାର ବ୍ୟବହାର କରୁଛି ଗୁଜୁରାଟ ପୋଲିସ  ।