ପ୍ରଥମ ପର୍ଯ୍ୟାୟରେ ଭୋଟ ଦେଉଛି ଗୁଜୁରାଟ, ୭୮୮ ପ୍ରାର୍ଥୀ କରୁଛନ୍ତି ଭାଗ୍ୟ ପରୀକ୍ଷା

ଗାନ୍ଧୀନଗର: ଆଜି ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ । ୮୯ ସିଟରେ  ଭାଗ୍ୟ ପରୀକ୍ଷା କରୁଛନ୍ତି ୭୮୮ ଜଣ ପ୍ରାର୍ଥୀ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ୧୪ ହଜାର ୩୮୨ଟି ମତଦାନ କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରିବେ ଜନତା । ପ୍ରଥମ ପର୍ଯ୍ୟାୟ ମତଦାନରେ ୨ କୋଟି ୩୯ ଲକ୍ଷ ୭୬ ହଜାର ୬୭୦ ଭୋଟର ଭୋଟ ଦେବେ ।

୨୦୧୭ ସାଧାରଣ ନିର୍ବାଚନରେ ଏହି ୮୯ଟି ସିଟରେ ବିଜେପି ୪୮ ଟି ଜିତିଥିବା ବେଳେ କଂଗ୍ରେସ ୪୦ଟି ଆସନ ଅକ୍ତିଆର କରିଥିବା ବେଳେ ଗୋଟିଏ ସିଟ ସ୍ବାଧୀନ ପ୍ରାର୍ଥୀଙ୍କ ନିକଟକୁ ଯାଇଥିଲା ।