ନିଜକୁ ନିଜେ ବାହା ହେବେ ମହିଳା, ହନିମୁନରେ ଯିବେ ଗୋଆ
1 min readଗୁଜରାଟ: ଭାରତର ପ୍ରଥମ ସୋଲୋଗାମି। ନିଜକୁ ନିଜେ ବାହା ହେବେ ଗୁଜରାଟୀ ମହିଳା। ଆଶ୍ଚର୍ଯ୍ୟର ବିଷୟ ଏହି ବାହାଘର କାର୍ଯ୍ୟସୂଚୀରେ ହଳଦୀ ଠାରୁ ଆରମ୍ଭ କରି ହନିମୁନ ଆଦି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ରହିଛି ।
ବିବାହ ପରେ ଗୋଆକୁ ହନିମୁନରେ ଯିବା ଲାଗି ମଧ୍ୟ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି । ଆସନ୍ତା ୧୧ ତାରିଖରେ ଏହି ବିବାହ ସମ୍ପନ୍ନ ହେବ। ସେହିଦିନ ନିଜକୁ ନିଜେ ବିବାହ କରିବେ ଗୁଜରାଟ ଭୋଦଦରାର ୨୪ ବର୍ଷ ବୟସ୍କା କ୍ଷମା ବିନ୍ଦୁ ।
ସେ କହିଛନ୍ତି- ଏହି ଧରଣର ବିବାହ ଭାରତରେ ହୋଇଛି କି ନାହିଁ ସେ ଏନେଇ ସନ୍ଧାନ କରିଥିଲେ । ମାତ୍ର ସୋଲୋଗାମି ହୋଇଥିବା ନେଇ କୌଣସି ଉଦାହରଣ ମିଳି ନଥିଲା । ଏଦୃଷ୍ଟିରୁ ସେ ଏହି ଧରଣର ବିବାହ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।
ସେ ଆହୁରି କହିଛନ୍ତି ସେ ବିବାହ କରିବାକୁ ଚାହିଁ ନଥିଲେ । କିନ୍ତୁ ସେ ଜଣେ ବଧୂ ହେବାକୁ ଚାହିଁଥିଲେ। ତେଣୁ ସେ ନିଜକୁ ନିଜେ ବିବାହ କରିବାକୁ ଚାହିଁଲେ। ବିବାହକୁ ଯୁକ୍ତିସଂଗତ କରିବାକୁ ଯାଇ ସେ କହିଛନ୍ତି-ନିଜକୁ ନିଜେ ବିବାହ କରିବା ହେଉଛି ଏକ ଅଙ୍ଗୀକାରର ପ୍ରତିବଦ୍ଧତା ଏବଂ ନିଜ ଲାଗି ନିଃସର୍ତ୍ତ ପ୍ରେମର ଏହା ଏକ ନମୁନା।
ନିଜକୁ ନିଜେ ଗ୍ରହଣ କରିବାର ଏହା ଏକ ପ୍ରକ୍ରିୟା । ଅନ୍ୟକୁ ଭଲ ପାଉଥିବା ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବିବାହ କରିଥାନ୍ତି। ତେବେ ସେ ନିଜେ ନିଜକୁ ଭଲ ପାଉଥିବାରୁ ନିଜକୁ ନିଜେ ବିବାହ କରୁଛନ୍ତି। ଏହି ବିବାହ ଲାଗି ତାଙ୍କ ପରିବାର ବି ସହମତି ପ୍ରଦାନ କରିଛନ୍ତି । ଏହି ବିବାହ ଗୋତ୍ରିସ୍ଥିତ ଏକ ମନ୍ଦିରରେ ହେବ ।