spot_img

Latest Posts

ଗୁଜୁରାଟର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ; ୫ ମୃତ

ରାଜକୋଟ: ଗୁଜୁରାଟର ରାଜକୋଟ ଜିଲ୍ଲା ସ୍ଥିତ କୋଭିଡ ଡାକ୍ତରଖାନାରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ଜଳିଯାଇ ୫ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ଅନୁଯାୟୀ, ରାଜକୋଟରେ ଥିବା ଶିବାନନ୍ଦ ହସ୍ପିଟାଲର ଆଇସିୟୁରେ ଏହି ଅଗ୍ନିକାଣ୍ଡ ଘଟିଥିଲା। କୋଭିଡ ହସ୍ପିଟାଲ ହେତୁ ଆଇସିୟୁରେ ପାଖାପାଖି ୧୧ ଜଣ ରୋଗୀ ଭର୍ତ୍ତି ଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ  ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।

ସେହିପରି ହସ୍ପିଟାଲରେ ପ୍ରାୟ ୩୩ ଜଣ ରୋଗୀ ରହିଥିବା ବେଳେ ଆହତ ମାନଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି।

ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏଯାବତ୍ ସଠିକ୍ ସୂଚନା ମିଳିପାରିନାହିଁ ।

Latest Posts

Don't Miss