ଦବଙ୍ଗ କନେଷ୍ଟବଳ ସୁନୀତା ଯାଦବଙ୍କ ବିରୋଧରେ ୩ ମକଦ୍ଦମା, ସୋସିଆଲ୍ ମିଡିଆରେ ବିରୋଧ

Gujarat Police Woman Sunita Yadav faces enquiry after stopping Neta Sons in Lockdown

ଅହମଦାବାଦ: ଦବଙ୍ଗ କନେଷ୍ଟବଳଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା ଥମୁନି । ଲକଡାଉନ୍ ନିୟମ ଭାଙ୍ଗୁଥିବା ମନ୍ତ୍ରୀଙ୍କ ପୁଅକୁ ରାସ୍ତାରେ ଛିଡ଼ା କରି ଭିଡିଓ ଭାଇରାଲ ପରେ ଚିନ୍ତାରେ ସୁନୀତି । ତାଙ୍କ ବିରୋଧରେ ତିନି ତିନୋଟି ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ପଟେ ସାମଜିକ ଗଣମାଧ୍ୟମରେ ଦବଙ୍ଗ ଗର୍ଲ ସୁନୀତାଙ୍କୁ ସମର୍ଥନ ମିଳୁଥିବା ବେଳେ ଚାକିରିରୁ ତାଙ୍କ ଇସ୍ତଫାକୁ ନେଇ ସ୍ଥିତି ସ୍ପଷ୍ଟ ହେଉନି । ସୁନୀତା ଇସ୍ତଫା ଦେଇଥିବା କହୁଥିବା ବେଳେ ପୋଲିସ ପଚରାଉଚରା ଜାରି ରହିଥିବା କହୁଛି ।

କଣ ୩ ଅଭିଯୋଗ ?

ସୁନୀତାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ସଡ଼କ ଲୋକଙ୍କୁ ଉଠବସ୍ କରାଇଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଦ୍ୱିତୀୟ ଅଭିଯୋଗ ହୋଇଛି ସୁନୀତା ଯାଦବ ଜୁଲାଇ ୯ରେ ଡ୍ୟୁଟି ଛାଡ଼ି କୁଆଡ଼େ ପଳାଇଥିଲେ । ଏହା ଛଡ଼ା ମନ୍ତ୍ରୀଙ୍କ ପୁଅକୁ ସେ ଗାଳି କରିଥିବା ଅଭିଯୋଗର ତଦନ୍ତ ଜାରି ରହିଛି । ଏମିତି ତିନି ତିନୋଟି ମାମଲାର ତଦନ୍ତ ସୁନୀତାଙ୍କ ବିରୋଧରେ ଚାଲିଛି ।+

ମନ୍ତ୍ରୀଙ୍କ ପୁଅକୁ ରାସ୍ତାରେ ଅଟକାଇ ଚର୍ଚ୍ଚାକୁ ଆସୁଥିବା ସୁନୀତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଏହାକୁ ଲୋକ ଜୋରଦାର ବିରୋଧ କରିଛନ୍ତି । ସୋସିଆଲ୍ ମିଡିଆରେ ସୁନୀତାଙ୍କୁ ସମର୍ଥନ କରି ଲୋକ ପୋଷ୍ଟ କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନକୁ ନା ପସନ୍ଦ କରିଛନ୍ତି । ମନ୍ତ୍ରୀଙ୍କ ଚାପରେ ପୋଲିସ ପ୍ରଶାସନ ଆଇନର ଅପବ୍ୟବହାର କରୁଥିବା ଲୋକ ମତ ରଖିଛନ୍ତି ।

ଡ୍ୟୁଟିରେ ଥିବାବେଳେ ସୁନୀତା ଗୁଜରାଟ ସରକାରରେ ରାଜ୍ୟ ମନ୍ତ୍ରୀ ଥିବା କୁମାର କନାନିଙ୍କ ପୁଅଙ୍କ କାରକୁ ଅଟକାଇଥିଲେ । ଲକଡାଉନ୍ ଓ ରାତ୍ରି କର୍ଫ୍ୟୁ ଲାଗିଥିବା ବେଳେ ଆଇନ୍ ଉଲ୍ଲଂଘନ କରି ମନ୍ତ୍ରୀଙ୍କ ପୁଅ ସାଙ୍ଗମାନଙ୍କ ସହ ଗାଡ଼ିରେ ବୁଲୁଥିଲେ । ଏହାପରେ ଗିରଫ କରାଯିବା ସହ ପରେ ଜାମିନରେ ମୁକୁଳିଥିଲେ । ଏସବୁର ଭିଡିଓ ଭାଇରାଲ କରିଥିଲେ ସୁନୀତା ଯାଦବ ।

Leave a Reply