ଜିଗ୍ନେସ ମେଓ୍ୱାନୀଙ୍କୁ ବାନ୍ଧିଲା ଆସାମ ପୋଲିସ, ପାଲନପୁର ସର୍କିଟ ହାଉସରୁ ଗିରଫ

ଗୁଜରାଟ: ଗିରଫ ହେଲେ ଗୁଜରାଟର ଚର୍ଚ୍ଚିତ ନେତା ତଥା ବିଧାୟକ ଜିଗ୍ନେସ ମେଓ୍ବାନୀ । ଗତକାଲି ବିଳମ୍ବିତ ରାତିରେ ଜିଗ୍ନେସଙ୍କୁ ପାଲନପୁର ସର୍କିଟ ହାଉସରୁ ଗିରଫ କରିଛି ଆସାମ ପୋଲିସ । ଏକ ଟ୍ବିଟକୁ ନେଇ ତାଙ୍କୁ ଆସାମ୍ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । କିଛିଦିନ ତଳେ ସେ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ଏକ ଟ୍ବିଟ୍ କରିଥିଲେ । ତେବେ ଜିଗ୍ନେସଙ୍କ ଏହି ଟ୍ୱିଟକୁ ଟ୍ବିଟର ପରେ ହଟାଇ ଦେଇଥିଲା । ଏହାକୁ ନେଇ କୋକ୍ରାଝରର ବିଜେପି ନେତା ଅରୁପ କୁମାର ଦେ ମେଓ୍ବାନୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ଅରୁପ କୁମାରଙ୍କ ମାମଲକୁ ଆଧାର କରି ଆସାମ ପୋଲିସ ଜିଗ୍ନେସ ମେଓ୍ୱାନୀଙ୍କୁ ଗୁଜରାଟରୁ ଗିରଫ କରିଛି । ରାତିରେ ତାଙ୍କୁ ସଡ଼କ ପଥରେ ଅହମ୍ମଦାବାଦ ଅଣାଯାଇଥିଲା ସେଠାରୁ ତାଙ୍କୁ ଆଜି ସକାଳେ ବିମାନ ଯୋଗେ ଗୌହାଟି ଆଣିଛି ଆସାମ ପୋଲିସ । ତେବେ ମେଓ୍ବାନୀଙ୍କ ଗିରଫଦାରୀକୁ ନେଇ ବିକ୍ଷୋଭ କରିଛନ୍ତି ତାଙ୍କ ସମର୍ଥକ । ଆସାମ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସେମାନେ ବିରୋଧ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ।