ନିଜକୁ ବିଷ୍ଣୁଙ୍କ ଅବତାର କହୁଥିବା ବ୍ୟକ୍ତିଙ୍କ ଧମକ, ‘ଗ୍ରାଚ୍ୟୁଇଟି ଟଙ୍କା ନଦେଲେ ପୃଥିବୀରେ ଆସିବ ପ୍ରଳୟ’

Gujarat Man Claims To Be Lord Vishnu Warns Of Drought If His Gratuity Not Released

ଅହମଦାବାଦ: ପୁଣି ଚର୍ଚ୍ଚାରେ ରମେଶଚନ୍ଦ୍ର । ପୂର୍ବରୁ ନିଜକୁ କଳ୍କୀ ଅବତାର (ଭଗବାନ ବିଷ୍ଣୁଙ୍କ ଶେଷ ଅବତାର) କହୁଥିଲେ । ଏବେ ତାଙ୍କୁ ଦରମା ନଦେଲେ ପୃଥିବୀରେ ପ୍ରଳୟ ଆସିବ। ଗ୍ରାଚ୍ୟୁଟି ନଦେଲେ ସେ ପୃଥିବୀକୁ ଦୁର୍ଭିକ୍ଷ ନେଇଆସିବି । ସେ କଳ୍କୀ ଅବତାର । ପୃଥିବୀରେ ପାଇଁ ତାଙ୍କ ପାଇଁ ହିଁ ଭଲ ବର୍ଷା ହେଉଛି ଆଉ ଏଥିପାଇଁ ସେ କୁଆଡେ କାମ କରୁଛନ୍ତି । ସେଥିପାଇଁ ତାଙ୍କୁ ଦରମା ଦେବାର ଆବଶ୍ୟକତା ରହିଛି । ଦର୍ଶକ ବନ୍ଧୁ ଏକଥା ଆମେ କହୁନୁ କି ଏ ମନୋଭାବ କୌଣସି ସାଧୁସନ୍ଥ ବା ଭଣ୍ଡ ବାବାଙ୍କର ନୁହେଁ । ଏ ହେଉଛି ଜଣେ ସରକାରୀ କର୍ମଚାରୀଙ୍କ ବିଳାପ । ଯେ କି ଅଫିସ୍ ନଯାଇ ଦାବି କରୁଛନ୍ତି ଦରମା ଟଙ୍କା । ଆଉ ଫମ୍ପା ଧମକ ମଧ୍ୟ ଦେଉଛନ୍ତି ।

ପ୍ରାୟ ଦୁଇ ବର୍ଷ ତଳେ ଗୁଜରାଟର ଜଳ ସମ୍ପଦ ବିଭାଗର ଅଧୀକ୍ଷକ ରମେଶଚନ୍ଦ୍ର ପଫେର୍ ନିଜକୁ ନିଜେ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କହିଥିଲେ । ସେ ଅଧୀକ୍ଷକ ଥିଲେ କିନ୍ତୁ ମାନସିକ ଅବସ୍ଥା ଦେଖି ସରକାର ତାଙ୍କୁ ଅକାଳ ଅବସର ଦେଇଥିଲେ । ବର୍ତ୍ତମାନ ସେ କହୁଛନ୍ତି ତାଙ୍କର ଗ୍ରାଚ୍ୟୁଇଟି ଟଙ୍କା ନ ମିଳିଲେ ପୃଥିବୀରେ ଦୁର୍ଭିକ୍ଷ ଆଣିଦେବେ । ନିଜକୁ କଳ୍କୀ ଅବତାର ବୋଲାଉଥିବା ରମେଶଚନ୍ଦ୍ର ଏବେ ଟଙ୍କା ନମିଳେ ସେ ତାଙ୍କର ଦିବ୍ୟ ବାଣୀ ଦ୍ୱାରା ଦୁର୍ଭିକ୍ଷ ଆଣିଦେବେ ବୋଲି କହୁଛନ୍ତି ।

ଜୁଲାଇ ୧ ତାରିଖ ଦିନ ଜଳ ସମ୍ପଦ ବିଭାଗର ସଚିବଙ୍କୁ ଲେଖିଥିବା ଚିଠିରେ ଫେଫର କହିଛନ୍ତି ଯେ ସରକାରରେ ଥିବା ରାକ୍ଷସମାନେ ତାଙ୍କୁ ଗ୍ରାଚ୍ୟୁଇଟି ଏବଂ ଏକ ବର୍ଷର ବେତନ ହିସାବରେ ୧୬ ଲକ୍ଷ ଟଙ୍କା ନଦେଇ ତାଙ୍କୁ ହଇରାଣ କରୁଛନ୍ତି । ଆଗରୁ ମଧ୍ୟ ହଇରାଣ କରାଯାଉଥିଲା । କାରଣ ସେ ପୃଥିବୀରେ ଭୟଙ୍କର ମରୁଡ଼ି ଆଣିପାରନ୍ତି କାରଣ ସେ ପ୍ରଭୁ ବିଷ୍ଣୁଙ୍କ ଦଶମ ଅବତାର ଯିଏ କି ସତ୍ୟଯ଼ୁଗରେ ଶାସନ କରିଥିଲେ ।

ପଫେଫରଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ଦ୍ଦାର ସରୋବର ପୁନର୍ବାସ ଏଜେନ୍ସିରେ ଅଧୀକ୍ଷକ ଇଞ୍ଜିନିୟର ଭାବରେ ଭଦୋଦରା କାର୍ଯ୍ୟାଳୟରେ ପୋଷ୍ଟ କରାଯାଇଥିଲା । ଆଠ ମାସରେ ମାତ୍ର ୧୬ ଦିନ ଅଫିସକୁ ଆସିଥିଲେ । ତେଣୁ ବିଭାଗ ତାଙ୍କୁ ନୋଟିସ ଜାରି କରିଥିଲେ । ଜଳ ସମ୍ପଦ ବିଭାଗର ସଚିବ ଏମ.କେ ଯାଦବ କହିଛନ୍ତି ଯେ ରମେଶ ସେମାନଙ୍କୁ ବୋକା ବନାଉଛନ୍ତି, “ପଫେର୍ ଅଫିସକୁ ନ ଆସି ଦରମା ଦାବି କରୁଛନ୍ତି । ସେ କହୁଛନ୍ତି ଯେ ତାଙ୍କୁ ‘କଳକୀ’ ଅବତାର ଏବଂ ପୃଥିବୀରେ ବର୍ଷା ଆଣିବା ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦରମା ଦିଆଯିବା ଉଚିତ୍ଫେ । ଫର ଏମିତି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କଳ୍କୀ ଅବତାର ଆକାରରେ ପୃଥିବୀରେ ତାଙ୍କର ଉପସ୍ଥିତି ଥିବାରୁ ଭାରତକୁ ଭଲ ବର୍ଷା ହୋଇଛି ।

Leave a Reply