ଦେବଦୂତ ମହିଳା ପୋଲିସ୍: ତତଲା ବାଲିରେ ବୃଦ୍ଧାଙ୍କୁ କାନ୍ଧରେ ବୋହିଲେ ୫ କିମି
1 min readଜୟପୁର: ତାତି ଏତେ ଯେ, ବାଲିରେ ପାଦ ଥୋଇ ହେବନି । ତତଲା ବାଲିରେ ପାଦ ଫୋଟକା ହେଇଯାଉଥିଲାବେଳେ ଜଣେ ମହିଳା ପୋଲିସ୍ ଏପରି କିଛି କାମ କରିଛନ୍ତି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମରୁଭୂମୀର ତତଲା ବାଲିରେ ଚାଲି ଚାଲି ଜଣେ ବୃଦ୍ଧାଙ୍କୁ ୫ କିମି କାନ୍ଧରେ ବୋହିଛନ୍ତି ମହିଳା ପୋଲିସ୍ । ବୃଦ୍ଧା ଜଣଙ୍କ ରାମକଥା ଶୁଣିବା ପାଇଁ ଗୁଜୁରାଟର କୁଚ୍ ସ୍ଥିତ ଏକ ମନ୍ଦିରକୁ ଯାଇଥିଲେ । ପ୍ରବଳ ଖରା ଏବଂ ଗରମ ହେଉଥିବାରୁ ସେ ଚାଲିକି ଫେରି ପାରି ନ ଥିଲେ ।
“खाखी की मानवता”
कच्छ के रापर में मोरारीबापू जी की कथा सुनने हेतु पैदल चलते जा रहे 86 वर्षीय बुजुर्ग को स्वास्थ्य परेशानी होने के कारणवश, एक महिला पुलिस अधिकारी वर्षाबेन परमार जी ने उन्हे 5 कि.मी तक अपने कंधों पर बिठाकर गंतव्य स्थान तक पहुंचाकर सेवा का उत्कृष्ट उदाहरण पेश किया। pic.twitter.com/FZxTLWVbGD
— Harsh Sanghavi (@sanghaviharsh) April 22, 2022
କଚ୍ଛର ଖାଦିର ଦ୍ୱୀପରେ ଥିବା ଭଞ୍ଜଡା ଦାଦାଙ୍କ ମନ୍ଦିରରେ ମୋରାରିବାପୁଙ୍କ ରାମ କଥା ଚାଲିଥିଲା । ବହୁକଷ୍ଟରେ ଚାଲି ଚାଲି ମନ୍ଦିରରେ ଯାଇ ପହଞ୍ଚିଥିଲେ ୮୬ ବର୍ଷ ବୃଦ୍ଧା। ହେଲେ ଫେରିବା ବେଳେ ପ୍ରବଳ ଖରା ହେଉଥିବାରୁ ସେଠାରୁ ଚାଲିଚାଲି ଫେରିବା ତାଙ୍କପାଇଁ କଷ୍ଟକର ହେଉଥିଲା । ଖରା ଏତେ ଥିଲା ଯେ ସେ ଏହାକୁ ସହ୍ୟ କରିପାରିନଥିଲେ । ଏ ବିଷୟରେ ମହିଳା କନଷ୍ଟେବଳ ବର୍ଷାବେନ୍ ପରମାର ଜାଣିବା ପରେ ତୁରନ୍ତ ବୃଦ୍ଧ ମହିଳାଙ୍କ ନିକଟରେ ପହଞ୍ଚିଥିଲେ ।
ଏହାପରେ କନଷ୍ଟେବଳ କାନ୍ଧରେ ମହିଳାଙ୍କୁ ବୋହି ୫ କିଲୋମିଟର ଚାଲି ଚାଲି ଘରେ ପହଞ୍ଚାଇଥିଲେ । ଏବେ ସେହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ସାରା ଦେଶର ଲୋକେ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରୁଥିବାର ମଧ୍ୟ ଦେଖାଯାଉଛି । ଏହି ଘଟଣାକୁ ନିଜେ ଗୃହମନ୍ତ୍ରୀ ଟ୍ୱିଟ୍ କରି ମହିଳା ପୋଲିସଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।