ରାତି ପାହିଲେ ଗୁଜରାଟ ଓ ହିମାଚଳ ରାୟ, କିଏ ଗଢିବ ସରକାର ?

ନନ୍ଦିଘୋଷ ବ୍ୟୁରୋ:  ଆସନ୍ତାକାଲି ପ୍ରକାଶ ପାଇବ ଗୁଜରାଟ ଓ ହିମାଚଳ ପ୍ରଦେଶ ରାୟ । ଖୋଲିବ ଇଭିଏମ, ଫୁଟିବ ଭାଗ୍ୟ । କାହାର ହେବ ବାଜିମାତ୍ । କିଏ ଗଢିବ ସରକାର । ହିମାଚଳରେ ପୁଣି ଥରେ ବିଜେପି ସରକାର ଗଢିବା ପାଇଁ ପ୍ରୟାସ କରିଥିବା ବେଳେ କଂଗ୍ରେସ କିନ୍ତୁ ବିଜେପିକୁ ହଟାଇ ସତ୍ତା ହାତେଇବାକୁ ଜୋରଦାର ଲଢେଇ କରିଛି । ଏଥର ଆମ ଆଦମୀ ପାର୍ଟି ମଧ୍ୟ ହିମାଚଳ ରାଜନୀତିରେ ଏଣ୍ଟ୍ରି ମାରିଛି । ୨୦୧୭ରେ ବିଜେପି ୪୪ଟି ସିଟ୍ ସହ ସରକାର ଗଢିଥିବା ବେଳେ କଂଗ୍ରେସକୁ ୨୧ଟି ସିଟ୍ ମିଳିଥିଲା ।

ଏଥର ମଧ୍ୟ ଜୋରଦାର ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ତେବେ କିଛି ଏଗଜିଟ୍ ପୋଲରେ କଂଗ୍ରେସ ସରକାର ଗଢିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଗୁଜରାଟରେ ପୁଣି ବଡ଼ ବ୍ୟବଧାନରେ ଜନମତ ହାସଲ କରି ବିଜେପି ସରକାରକୁ ଫେରିପାରେ । ୧୮୨ଟି ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ ହୋଇଥିବା ବେଳେ ସେଠାରେ ମଧ୍ୟ ମଇଦାନରେ ଆମ ଆଦମୀ ପାର୍ଟି ରହିଛି । କଂଗ୍ରେସ ପକ୍ଷରୁ ଏଥର ଜୋରଦାର ପ୍ରଚାର କରାଯାଇନଥିବା ବେଳେ ବିଜେପି ପୁଣି ଥରେ ସରକାର ଗଢିବାକୁ କସରତ କରିଛି ।