ରାହୁଲଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା , ପୁନର୍ବାର ଖାରଜ ହେଲା ଆବେଦନ
ନୂଆଦିଲ୍ଲୀ : ମୋଦି ସାଙ୍ଗିଆ ମାନହାନୀ ମାମଲା । ରାହୁଲଙ୍କ ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ। ରିଭ୍ୟୁ ପିଟିସନ ଆବେଦନ କରିଥିଲେ ରାହୁଲ । ସୁରତ କୋର୍ଟଙ୍କ ରାୟର ପୁନଃବିଚାର ପାଇଁ ଆବେଦନ କରିଥିଲେ । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ହାଇକୋର୍ଟ ଯାଇଥିଲେ । ମାତ୍ର ରାହୁଲଙ୍କ ଆବେଦନକୁ ଖାରଜ କରିବା ସହ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ ।
ପୂର୍ବରୁ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମନା କରିଦେଇଥିଲେ ଏବଂ ତାଙ୍କ ଆବେଦନକୁ ସଂରକ୍ଷିତ ରଖିଥିଲେ । ଗତ ୧୩ ଏପ୍ରିଲ ୨୦୧୯ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ପରେ ଆଇପିସିର ଧାରା ୪୯୯, ୫୦୦ ଓ ୫୦୪ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ୨୩ ମାର୍ଚ୍ଚରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସିଜେଏମ କୋର୍ଟ । କୋର୍ଟ ରାୟ ପରେ ଗତ ୨୪ ମାର୍ଚ୍ଚରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ । ସେପଟେ ହାଇକୋର୍ଟଙ୍କ ରାୟ ଉପରେ କଂଗ୍ରେ କହିଛି, ଦଳ ବିଚାର କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ।