ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ପ୍ରିଣ୍ଟିଂ ମିଲର ୪ କର୍ମଚାରୀଙ୍କ ମୃତ୍ୟୁ

Gujarat Gas Leak In Printing Mill In Surat 4 Dead

ସୁରଟ: ଗୁରୁବାର ସକାଳୁ ବଡ଼ ଅଘଟଣ । ଗୁଜରାଟର ସୁରଟ ସଚିନରେ ପ୍ରାଣ ହରାଇଛନ୍ତି ୪ ଜଣ । ବିଷାକ୍ତ ଗ୍ୟାସ୍ ଲିକ ପରେ ବଡ଼ ଅଘଟଣ ଘଟିଛି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସଚିନର ବିଶ୍ୱ ଫ୍ରେମ୍ ଟାଇଙ୍ଗ ଏଣ୍ଡ ପ୍ରିଣ୍ଟିଂ ମିଲ୍ ନିକଟରେ ଟ୍ୟାଙ୍କରରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ଲୋକଙ୍କ ଜୀବନ ଯାଇଛି ।

ସୂଚନା ଅନୁସାରେ, ଆଜି ଭୋରରୁ ପ୍ରିଣ୍ଟିଂ ମିଲ୍ ନିକଟ ନାଳରେ ଏକ ଅଜଣା ଟ୍ୟାଙ୍କର ବିଷାକ୍ତ କେମିକାଲ୍ ଢାଳୁଥିଲେ । ସେହି ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ନିକଟରେ ଥିବା ପ୍ରିଣ୍ଟିଂ ମିଲର କର୍ମଚାରୀ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ନିଶ୍ୱାସ ନେଇ ପାରିନଥିଲେ । ଏନେଇ ସୂଚନା ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି । ଆହାତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହା ପୂର୍ବରୁ ଗୁଜାରଟର ଅହମଦାବାଦରେ ଏକ କପଡ଼ା ଫ୍ୟାକ୍ଟ୍ରିରେ କେମିକାଲ ବର୍ଜ୍ୟ ଟ୍ୟାଙ୍କ ସଫା କରାଯାଉଥିବା ବେଳେ ୪ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣା ଅହମଦାବାଦର ଢୋଲକା ସ୍ଥିତ ଚିରିପାଲ ବିଶାଲ ଫେବ୍ରିକ ୟୁନିଟରେ ଘଟିଥିଲା ।

Leave a Reply